ଭୁବନେଶ୍ୱର,ରାଜ୍ୟରେ ଆଗାମୀ ପାଂଚ ଦିନ ଯାଏ ବର୍ଷା ହେବ । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ଶଂକର ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଉ ଏକ ଲଘୁଚାପ ଆସୁଛି । ଲଘୁଚାପ ପ୍ରଭାବରେ ବର୍ଷା ଚାଲିଛି, । ଆଗାମୀ ୧୩ରେ ଆଉ ଏକ ଲଘୁଚପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ସେ କହିଛନ୍ତି ଯେ ଆଜି ଓ କାଲି ପ୍ରବଳ ବର୍ଷା ହେବ । ୧୩, ୧୪ ଅତି ପ୍ରବଳ ବର୍ଷିବ । ୧୪ରେ ବର୍ଷାର ପରିମାଣ ସର୍ବାଧିକ ରହିବ । ୩୦ ଜିଲ୍ଲାରେ ବବର ବର୍ଷା ହେବ । -୧୫ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ସେ କହିଛନ୍ତି ।