
କନ୍ଧମାଳ, ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ। ଫୁଲବାଣୀରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା। ଜଗା ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା। ଜଗାକୁ ଛାଡି କାଳିଆ ଚାଲିଯିବା ପରେ ଜଗା ଘରକୁ ସାନ ଭଉଣୀ ସୁଭଦ୍ରା ଆସିଥିଲା ତାକୁ ଦେଖି ଜଗା ବହୁତ ଖୁସି ହୋଇଥିଲା କାଳିଆର ବିୟୋଗ ପରେ ଜଗା ମନରେ ଦୁଖଃ ଥିଲା ଭଉଣୀ କୁ ପାଇ ଜଗା ସେହି ଦୁଃଖକୁ ଭୁଲିଯାଇଥିଲା। ଆଜି ରକ୍ଷା ବନ୍ଧନରେ ଭଉଣୀ ହାତରୁ ରାକ୍ଷୀ ପିନ୍ଧି ଜଗା ବେଶ୍ ଖୁସି ହୋଇଥିବା ଜଗାର ମା ପୁଷ୍ପାଞ୍ଜଳି କହଁର ଓ ବାପା ଭୂୟାଁ କହଁର କହିଛନ୍ତି।