
ସୁବର୍ଣ୍ଣପୁର, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ଵର ଏକାମ୍ର ହାଟରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ଵାରା ତା ୧0/0୮/୨୨ ରେ ଆୟୋଜିତ ଫେସନ ସୋ ରେ ସୁବର୍ଣାଶ୍ରୀର ପ୍ରଡୁସର କମ୍ପାନୀ ଅଂଶ ଗ୍ରହଣ କରିଥିଲେ। ଉକ୍ତ ଫେସନ ସୋ ରେ ସୁବର୍ଣ୍ଣପୁର ସୁବର୍ଣାଶ୍ରୀର ପ୍ରଡୁସର କମ୍ପାନୀ ତରଫରୁ ଜିଲ୍ଲାର ବୁଣାକାର ତଥା ମହିଳା ବୁଣାକାର ମାନଙ୍କ ଦ୍ଵାରା ଉତ୍ପାଦିତ ଉନ୍ନତ କଳା କୌଶଳ ତଥା ସୁକ୍ଷ୍ମ କାରୁକାର୍ଯ୍ୟପୁର୍ଣ ହସ୍ତ ତନ୍ତ କଟନ ବାନ୍ଧ ଶାଢ଼ୀ, ବୋମକେଇ ଡିଜାଇନ ଶାଢ଼ୀ ତଥା ସିଳ୍କ ବାନ୍ଧ ଶାଢ଼ୀ ଓ ବୋମକେଇ ଡିଜାଇନ ଶାଢ଼ୀ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ବାହାର ମଡେଲ ମାନଙ୍କ ଦ୍ଵାରା ଆଧୁନିକ ଶୈଳୀରେ ହସ୍ତତନ୍ତର ବଡି ଡିଜାଇନ ତଥା ଆଞ୍ଚଳ ଡିଜାଇନକୁ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥିଲେ ଯାହାକି ଉପସ୍ଥିତ ଥିବା ଅତିଥି ବୃନ୍ଦ ତଥା ଅଗଣିତ କ୍ରେତା, ଦର୍ଶକଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେବା ସହିତ ବହୁଳ ଭାବରେ ଆଦୃତ ହୋଇ ପାରିଛି।
ସୁବର୍ଣ୍ଣପୁରର ସୁବର୍ଣାଶ୍ରୀ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଓ ଓରମାସ ଦ୍ଵାରା ପ୍ରୋତ୍ସାହିତ ଜିଲ୍ଲାର ମହିଳା ସ୍ଵଂୟ ସହାୟକ ଗୋଷ୍ଠି ମାନଙ୍କ ଗଠିତ ଏକ ପ୍ରମୁଖ ହସ୍ତ ତନ୍ତ ଉତ୍ପାଦକ ସଂସ୍ଥା। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ବଳିଷ୍ଠ ନେତୃତ୍ଵ ତଥା ଦିଗଦର୍ଶନ ଦ୍ୱାରା ପରିଚାଳିତ ”ସୁବର୍ଣା ଶ୍ରୀ” ଜିଲ୍ଲା୍ର ହସ୍ତ ତନ୍ତ ଶିଳ୍ପର ବହୁଳ ଭାବରେ ପ୍ରଚାର, ପ୍ରସାର ସହ ବଜାରୀକରଣ ଉପରେ ଗୁରୁତ୍ଵ ପ୍ରଦାନ କରୁଛି। ରାଜ୍ୟ ସରକାରଙ୍କ ହସ୍ତ ତନ୍ତ, ବୟନଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗର ସଚିବ ତଥା କମିଶନର ଶ୍ରୀମତୀ ଶୁଭା ଶର୍ମା, ଆୟୋଜିତ ଫେସନ ସୋରେ ସୁବର୍ଣ୍ଣପୁର ଜିଲ୍ଲାର ଅଂଶଗ୍ରହଣକୁ ଅନୁମତି ପ୍ରଦାନ ପୂର୍ବକ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ଉକ୍ତ ହସ୍ତତନ୍ତ ଫେସନ ସୋରେ ଜିଲ୍ଲାର ଅଂଶ ଗ୍ରହଣ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଙ୍କ ବଳିଷ୍ଠ ଉଦ୍ୟମ ଓ ତତ୍ଵାବଧାନରେ ଉପନିର୍ଦେଶକ ବୟନଶିଳ୍ପ ସୋନପୁର ଶାନ୍ତନୁ କୁମାର ମେହେର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ ଯୁବରାଜ ସାହୁ, ଡି ପି ସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରମୁଖଙ୍କ ପରିଚାଳନା ଓ ସହଯୋଗରେ ସଫଳ ହୋଇପାରିଛି। ଫେସନ ସୋ ଆୟୋଜକ- ପରିଚାଳନା ନିର୍ଦେଶକ, ବୟନିକା ଶ୍ରୀ ଶ୍ୟାମଭକ୍ତ ମିଶ୍ର, ତଥା ବୟନିକା ର ଉଚ୍ଚ ପଦାଧିକାରୀ ଓ ବାଣିଜ୍ୟ ବିଭାଗର ଦକ୍ଷ ଟିମ ପୂର୍ଣ୍ଣ ମାତ୍ରାରେ ସହଯୋଗର ହାତ ବଢ଼ାଇ ଥିଲେ। ଏମ ସି ଏଲ-ସମ୍ବଲପୁର ଫେସନ ସୋ ର ପ୍ରଚାର ପ୍ରସାର ନିମନ୍ତେ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ।
ଏହି ଫେସନ ସୋ ର ସଫଳତା ନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀ, ସଂସ୍ଥା, ବ୍ୟକ୍ତିବିଶେଷ, ଅନୁଷ୍ଠାନ ପ୍ରମୁଖଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ପ୍ରଦାନ କରାଯାଇଛି।