
ନୂଆଦିଲ୍ଲୀ,ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବାସୀଙ୍କୁ ରକ୍ଷାବନ୍ଧର ଶୁଭେଚ୍ଛା ଜଣାଇବା ସହ ସମାଜରେ ମହିଳାଙ୍କ ପ୍ରତି ସମ୍ମାନ ବୃଦ୍ଧି ନେଇ କାମନା କରିଛନ୍ତି ।
ରାଷ୍ଟ୍ରପତି ନିଜ ଶୁଭକାମନା ସନ୍ଦେଶରେ କହିଛନ୍ତି ଯେ, ଭାଇ – ଭଉଣୀ ମଧ୍ୟରେ ଅତୁଟ ବନ୍ଧନ, ସ୍ନେହ ଓ ବିଶ୍ଵାସର ପ୍ରତୀକ ରାକ୍ଷୀ ବନ୍ଧନ । ଏହି ରକ୍ଷା ବନ୍ଧନ ଅବସରରେ ସେ ସମଗ୍ର ଦେଶବାସୀଙ୍କୁ ବଧାଇ ଏବଂ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ଟ୍ଵିଟ୍ ବାର୍ତାରେ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ରକ୍ଷା ବନ୍ଧନର ବହୁତ ବହୁତ ବଧାଇ ।