
ବଲାଙ୍ଗିର,ବଲାଙ୍ଗିର ଜିଲାର ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତ ଅଧିନସ୍ଥ ପରଧିଆପାଳି ଗ୍ରାମରେ ଜଣେ ଲୋକଙ୍କ ଘର ବଗିଚାରୁ ଗତକାଲି ଲକ୍ଷାଧିକ ଟଙ୍କାର କାଠ ଜବତ କରିଛନ୍ତି ଲୋଇସିଂହା ବନବିଭାଗ ରେଞ୍ଜ କର୍ମଚାରୀମାନେ।
ସୂଚନାରୁ ପ୍ରକାଶ ଯେ, ପରଧିଆପାଳି ଗ୍ରାମର ତରଣୀ ସାହୁ ଘରେ ଓ ବଗିଚାରେ ଅନେକ ଗୁଡିଏ କାଠ ଓ କାଠଗଣ୍ଡି ରଖିଥିଲେ, ଯାହାର ହାରାହାରି ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ବିଶ୍ବସ୍ତସୂତ୍ରରୁ ଜାଣିବା ପରେ ଶରଗାଡ଼ ସେକ୍ସନ୍ ଓ ଲୋଇସିଂହା ସେକ୍ସନ୍ ର ମିଳିତ ସହଯୋଗରେ ଫରେଷ୍ଟ ଦଳ ସହ ରେଞ୍ଜର ପ୍ରଫୁଲ୍ଲ ହରପାଳ, ରେଞ୍ଜର ସୁନୀଲ କୁମାର ମିଶ୍ର ,ଫରେଷ୍ଟର ଠନ ସୁନ୍ଦର ଧାରୁଆ, ଅଶୋକ କୁମାର ତ୍ରିପାଠୀ, ରାଜକୁମାର ଭୁଏ, ଚିନ୍ମୟ ପଧାନ, ମାନସୀ ସ୍ଵାଇଁ, ନମିତା ତାଣ୍ଡି ବନରକ୍ଷୀ ଏଥିରେ ଭାଗ ନେଇଥିଲେ। ଜବତ କାଠ ମଧ୍ୟରେ ରହିଛି ଗମ୍ଭାରୀ କାଠ ୩୪ ଖଂଡ, ଖଇର ୯ ଖଣ୍ଡ, କାଠ ପଟା ୩୦ ଖଂଡ। ତରଣୀ ସାହୁକୁ ଗିରଫ କରି ଲୋଇସିଂହା ରେଞ୍ଜ ଅଫିସରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।