ନୂଆଦିଲ୍ଲୀ, ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର ସର୍ବବ୍ୟାପୀ ନେଟୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ “ହର ଘର ତିରଙ୍ଗା” (ଘରେ ଘରେ ତିରଙ୍ଗା) କାର୍ଯ୍ୟକ୍ରମରେ ସାମିଲ କରୁଛି । ୧୦ ଦିନର ଏହି ସ୍ୱଳ୍ପ ଅବଧି ସମୟରେ ଡାକ ବିଭାଗ ଲୋକ ମାନଙ୍କୁ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି । ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଅନ୍ ଲାଇନ୍ ରେ ଡାକ ବିଭାଗ ସାରା ଦେଶରେ କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି । ଇ – ପୋଷ୍ଟ ଅଫିସ୍ (ଇ – ଡାକ ଘର) ସୁବିଧା ମାଧ୍ୟମରେ ଲୋକ ମାନେ ଅନ୍ଲାଇନ୍ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି ।
୪.୨ ଲକ୍ଷ ଦୃଢ଼ ଡାକ କର୍ମଚାରୀ ମାନେ ଦେଶର କୋଣ ଅନୁକୋଣରେ ଅର୍ଥାତ୍ ସହର ଗୁଡିକରେ , ନଗର ଗୁଡିକରେ , ଗ୍ରାମ ଗୁଡିକରେ, ସୀମାବର୍ତୀ କ୍ଷେତ୍ରରେ , ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲା ଗୁଡିକରେ ଏବଂ ପାହାଡ ଏବଂ ଜନଜାତୀୟ ଅଂଚଳ ଗୁଡିକରେ “ହର ଘର ତିରଙ୍ଗା” ବାର୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି ।
ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗାଁ ସଭା) ଗୁଡିକ ମାଧ୍ୟରେ , ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ “ହର ଘର ତିରଙ୍ଗା”ର ବାର୍ତାକୁ ପହଂଚାଇଛି । ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକ ମାନଙ୍କ ମଧ୍ୟରେ ଏହି ବାର୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେସବୁକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟାପକ ରୂପରେ ବ୍ୟବହାର କରା ଯାଇଛି ।
ଡାକଘର ଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି । ନାଗରିକ ମାନେ ନିକଟତମ ଡାକ ଘର ଗୁଡିକୁ ଯାଇ ଏହାକୁ କ୍ରୟ କରି ପାରିବେ କିମ୍ବା ଇ – ଡାକ ଘର (ରକ୍ଟ୍ରକ୍ଟଗ୍ଦଗ୍ଧକ୍ଟଲଲସମର. ଶକ୍ଟଙ୍ଖ. ସଦ୍ଭ) ମାଧ୍ୟମରେ ନିଜର ଜାତୀୟ ପତାକାକୁ କ୍ରୟ କରି ପାରିବେ ଏବଂ “ହର ଘର ତିରଙ୍ଗା” ଅଭିଯାନର ଅଂଶ ବିଶେଷ ହୋଇ ପାରିବେ । ନାଗରିକ ମାନେ ପତାକା ସହିତ ନିଜର ଏକ ସେଲ୍ଫି ନେଇ ପାରିବେ ଏବଂ ତାହାକୁ ଙ୍ଗଙ୍ଗଙ୍ଗ.ଷବକ୍ସଶଷବକ୍ସଗ୍ଧସକ୍ସବଦ୍ଭଶବ.ମକ୍ଟଜ୍ଞ ରେ ଅପଲୋଡ୍ କରି ପାରିବେ ଏବଂ ନୂତନ ଭାରତର ସବୁଠାରୁ ବଡ ଉତ୍ସବରେ ନିଜର ଭାଗୀଦାରୀତାକୁ ପ୍ରଦର୍ଶନ କରି ପାରିବେ ।