
ନୂଆପଡ଼ା, ନୂଆପଡା ଜିଲ୍ଲା ନୂଆପଡ଼ା ସଦର ବ୍ଲକ ବନ୍ୟାର ତାଣ୍ଡବ ଲୀଳା, ଉପାନ୍ତ ଅଂଚଳରେ ବ୍ରିଜ ଭାଙ୍ଗିବା ବେଳେ ଗତ ରାତ୍ରୀରେ ଲଘୁଚାପ ଜନିତ ବର୍ଷାରେ ସରାବଙ୍ଗ – ଆମାନରା ବ୍ରିଜ ଭାଙ୍ଗିଲା, ତିନି ଗ୍ରାମପଂଚୟତ ବିଚ୍ଛିର୍ଣ୍ଣ ହୋଇ ପଡିଛନ୍ତି। ଏହି ବ୍ରିଜ ଦ୍ଵାରା ନୂଆପଦାର ତିନି ପଂଚାୟତ ସହ ପଡୋଶୀ ରାଜ୍ୟ ଛତିଶଗଡ ମିଶାଇ ୨୫ ହଜାର ଲୋକ ପ୍ରଭାବିତ ହେଉଥିବା ଜଣାପଡିଅଛି। ଏହି ଘଟଣା ସମ୍ପର୍କରେ ଆର ଡି ବିଭାଗ ଉଚ୍ଚସ୍ତରୀୟ ଅଧିକାରୀ ପ୍ରଦୀପ ସାମଲ ସହ ଯୋଗାଯୋଗ କରିଛନ୍ତି। ବ୍ରିଜର ଉଭୟପାର୍ଶ୍ଵରେ ସଙ୍କେତ ଦେବା ସହ ଉଚ୍ଚସ୍ତରୀୟ ବ୍ରିଜର ଆଵଶ୍ୟକତା ଥିବା ସେ ପ୍ରକାଶ କରିଥିଲେ। ଗତ ଜାନୁଆରୀ ମାସରେ ନୂଆପଡା ଗସ୍ତ ବେଳେ ତାଙ୍କ ଏହି ବ୍ରିଜ ସ୍ଥାନରେ ଏକ ଉଚ୍ଚ ବ୍ରିଜର ଆବଶ୍ୟକ ଥିବା ଜଣାଇଥିଲେ।ବ୍ରିଜ ଭଂଗିବା ଦ୍ବାରା ଅନେକ ଧନ ଏବଂ ଜୀବନ ପ୍ରଭାବିତ ହେଉଅଛି।ଆମାନରା, ମୋଟା ନୂଆପଡା ଏବଂ କେନ୍ଦୁବାହାରା ଗ୍ରାମପଂଚାୟତ ଜିଲ୍ଲା ମହକୁମାରୁ ସଂଯୋଗ ବିଛିର୍ଣ୍ଣ ହୋଇଅଛି। ଲଘୁଚାପ ଜନିତ ବର୍ଷାର ବନ୍ୟାର ତାଣ୍ଡବ ଲୀଳା କରିଅଛି।