-
ଗୋଟିଏ ଦିନରେ ୬୫୩ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୦୦୧୪
ଭୁବନେଶ୍ୱର,ରାଜ୍ୟରେ ଗୋଟିଏ ଦିନରେ ୬୫୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୦୬୬୭ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୬୨୪୯ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୨୧୩ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୪ ଜଣ ସଂଗରୋଧରୁ ଓ ୨୬୯ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୧, ବାଲେଶ୍ୱର ଜିଲ୍ଲାରେ ୯, ବରଗଡ ଜିଲ୍ଲାରେ ୨୭, ଭଦ୍ରକ ଜିଲ୍ଲାରେ ୪, ବଲାଙ୍ଗୀର ଜିଲ୍ଲାରେ ୩୯ ବୌଦ୍ଧ ଜିଲ୍ଲାରେ ୪, କଟକ ଜିଲ୍ଲାରେ ୧୯ . ଦେବଗଡ, ଜିଲ୍ଲାରେ ୩, ଢେଙ୍କାନାଳ ଜିଲ୍ଲାରେ ୧,ଗଜପତି ଜିଲ୍ଲାରେ ୭ , ଗଂଜାମ ଜିଲ୍ଲାରେ ୧୫, ,ଯାଜପୁର ଜିଲ୍ଲାରେ ୧୪, ଝାରସୁଗୁଡା ଜିଲ୍ଲାରେ ୬ . କଳାହାଣ୍ଡି ଜିଲ୍ଲାରେ ୩୦, କନ୍ଧମାଳ ଜିଲ୍ଲାରେ ୧୫, କେନ୍ଦ୍ରାପଡା ଜିଲ୍ଲାରେ ୭, କେନ୍ଦୁଝର ଜିଲ୍ଲାରେ ୨ , ଖୋର୍ଧା ଜିଲ୍ଲାରେ ୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୧୩, ମୟୁରଭଂଜ ଜିଲ୍ଲାରେ ୩୩ , ନବରଙ୍ଗପୁର ଜିଲ୍ଲାରେ ୧୪ .ନୟାଗଡ ଜିଲ୍ଲାରେ ୧୭, ନୂଆପଡା ଜିଲ୍ଲାରେ ୮, ପୁରୀ ଜିଲ୍ଲାରେ ୩ , ରାୟଗଡା ଜିଲ୍ଲାରେ ୪, ସମ୍ବଲପୁର ଜିଲ୍ଲାରେ ୪୬, ସୋନପୁୁର ଜିଲ୍ଲାରେ ୧୪ ,ସୁନ୍ଦରଗଡ ଜିଲ୍ଲାରେ ୧୭୩ ଓ ଷ୍ଟେଟ ପୁଲରେ ୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।