ଭୁବନେଶ୍ୱର, ରାଜ୍ୟରେ ଲଗାଣ ବର୍ଷା କାରଣରୁ ହଇଜା ଓ ଝାଡାବାନ୍ତି ବ୍ୟାପି ପାରେ ବୋଲି ସତର୍କ କରାଇଛନ୍ତି ରାଜ୍ୟର ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି ଯେ ଏ ସମ୍ପର୍କରେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆ ଯାଇଛି । ପୂର୍ବରୁ ହଇଜା ଓ ଝାଡାବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ବିଶେଷ ନଜର
ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଉକ୍ତ ଜିଲ୍ଲା ମାନଙକ୍ରେ ମେଡିକାଲ ଟିମ ଉପସ୍ଥିତ ଅଛନ୍ତି ।