
ଭୁବନେଶ୍ୱର,ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ନ ହେବା ସମ୍ପର୍କିତ ପୂର୍ବବର୍ତି ନିଷ୍ପ ତି କୁ ରାଜ୍ୟ ସରକାର ବଦଳାଇଛନ୍ତି । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ଛାତ୍ରଛାତ୍ରୀ ଯୋଗ ଦେଇ ପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ଏହି ପବିତ୍ର ଦିନରେ ସାମିଲ ହେବାକୁ ସରକାର ନିଷ୍ପ ତି ନେଇଥିବା ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଏ ବର୍ଷ ସ୍କୁଲରେ ଅଗଷ୍ଟ ୧୫ ପାଳନ ହେବ, କିନ୍ତୁ ପିଲା ଭାଗ ନେବେନି ବୋଲି କହିଥିଲେ । କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳନ କରାଯିବ ଓ କୋରନାର ଚତୁର୍ଥ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ହେଲେ ଆଜି ନିଷ୍ପତି ବଦଳିବା ନେଇ ପୁଣି ଥରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।