
ଭୁବନେଶ୍ୱର , ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ ଆଉ ନାହାନ୍ତି । ୬୫ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ କିଡନୀ ଜନିତ ରୋଗରେ ପୀଡିତ ଥିଲେ । ଓଡିଆ ଫିଲ୍ମ ସହ ସେ ଅନେକ ମେଗା ସିରିଏଲରେ ସଂଳାପ ରଚନା କରିଛନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ସେ ଜଣେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଅଭିନେତା, ନାଟ୍ୟ ସଙ୍ଗଠକ, ସାହିତ୍ୟ ଓ ସଙ୍ଗୀତ ସାଧକ ଥିଲେ । ଫିଲ୍ମରେ ସଂଳାପ ଲେଖିଥିବା ବେଳେ ବହୁ ଓଡ଼ିଆ ନାଟକ ସହ ଟେଲି ସିରିଏଲରେ ସେ ସଂଳାପ ରଚନା କରିଥିଲେ ।