-
ଓଡ଼ିଶା ପାଇଲା ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ
ନୂଆଦିଲ୍ଲୀ/ଭୁବନେଶ୍ୱର,ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି ।
ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ ଜାରି କରାଯାଇଛି ।
୨୦୨୨ ଅଗଷ୍ଟ ମାସ ପାଇଁ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କର ମୋଟ୍ ପ୍ରାପ୍ତି ବା ନିଟ୍ ପ୍ରୋସିଡ୍ସର ରାଜ୍ୟୱାରୀ ବିତରଣ । ଆନ୍ଧ୍ର ପ୍ରଦେଶକୁ ୪,୭୨୧.୪୪ କୋଟି , ଅରୁଣାଚଳ ପ୍ରଦେଶ ୨,୦୪୯.୮୨କୋଟି, ଆସାମ ୩,୬୪୯.୩୦ କୋଟି , ବିହାର୧୧,୭୩୪.୨୨, ଛତିଶଗଡ଼୩,୯୭୪.୮୨ କୋଟି, ଗୋଆ ୪୫୦.୩୨କୋଟି , ଗୁଜରାଟ୪,୦୫୭.୬୪ କୋଟି , ହରିୟାଣା ୧,୨୭୫.୧୪କୋଟି, ହିମାଚଳ ପ୍ରଦେଶ୯୬୮.୩୨କୋଟି , ଝାଡ଼ଖଣ୍ଡ ୩,୮୫୮.୧୨କୋଟି , କର୍ଣ୍ଣାଟକ ୪,୨୫୪.୮୨କୋଟି, କେରଳ ୨,୨୪୫.୮୪କୋଟି , ମଧ୍ୟପ୍ରଦେଶ ୯,୧୫୮.୨୪କୋଟି , ମହାରାଷ୍ଟ୍ର୭,୩୬୯.୭୬କୋଟି , ମଣିପୁର୮୩୫.୩୪କୋଟି , ମେଘାଳୟ୮୯୪.୮୪କୋଟି, ମିଜୋରାମ୫୮୩.୩୪େ;କାଟି , ନାଗାଲାଣ୍ଡ ୬୬୩.୮୨କୋଟି , ଓଡ଼ିଶା ୫,୨୮୨.୬୨କୋଟି, ପଞ୍ଜାବ ୨,୧୦୮.୧୬କୋଟି, ରାଜସ୍ଥାନ ୭,୦୩୦.୨୮କୋଟି, ସିକ୍କିମ ୪୫୨.୬୮କୋଟି, ତାମିଲନାଡ଼ୁ ୪,୭୫୮.୭୮କୋଟି, ତେଲଙ୍ଗାନା ୨,୪୫୨.୩୨କୋଟି, ତ୍ରିପୁରା୮୨୬କୋଟି, ଉତର ପ୍ରଦେଶ ୨୦,୯୨୮.୬୨କୋଟି , ଉତରାଖଣ୍ଡ ୧,୩୦୪.୩୬ କୋଟି ଏବଂ ପଶ୍ଚିମବଙ୍ଗ ୮,୭୭୬.୭୬ କୋଟି ଏଭଳି ମୋଟ୧,୧୬,୬୬୫.୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।