
ଭୁବନେଶ୍ୱର, ବରିଷ୍ଠ କଂଗେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୭୯ତମ ଜନ୍ମ ଉତ୍ସବ ମାଉସିମା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ବିଏମ୍ସି ହସ୍ପିଟାଲ, ଜଟଣୀ ହସ୍ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଉସିମା ଛକଠାରେ ଭଜନ ସମାରୋହ ଓ ରକ୍ତଦାନ ଶିବିର କରାଯାଇଥିଲା । ସେହିପରି ରାମେଶ୍ୱର ପାର୍କଠାରେ ଏକ ବନ୍ଧୁ ମିଳନ ହେବା ସହ ରାତିରେ ମେଲୋଡି ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଶିବାନନ୍ଦରାୟ, ମାନସ ଚୌଧୁରୀ, ମନୋରଞ୍ଜନ ଦାଶ, ରଶ୍ମୀ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ମେୟର ସୁଲୋଚନା ଦାସ, ବହୁ କର୍ପୋରେଟର ସାମିଲ ହୋଇ ସୁର ଭାଇଙ୍କୁ ଶୁଭେଚ୍ଛା ଜଣାଇଥିଲେ ।