
ଭୁବନେଶ୍ୱର, ବଦଳିଲେ ରାଜ୍ୟ ବିଜେପି ପ୍ରଭାରୀ । ସୁନୀଲ ବଂଶଲଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ଦାୟିତ୍ୱ ରେ ମଧ୍ୟ ରହିବେ ସୁନୀଲ । ବିଜେପି ମୁଖ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ।
ବିଜ୍ଞପ୍ତି ଅନୁଯାୟୀ ସୁନୀଲ ବଂଶଲ ବର୍ତମାନ ଉତର ପ୍ରଦେଶର ସଂଗଠନ ସାଧାରଣ ସମ୍ପାଦକ ରହିଥିବା ବେଳେ ତାଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହା ବ୍ୟତୀତ ୩ ଟି ରାଜ୍ୟର ପ୍ରଭାରୀ ଦାୟିତ୍ୱ ମିଳିଛି ।