ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୪୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୦୦୧୪ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୫୨୬୧ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୫୪୯ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୫ ଜଣ ସଂଗରୋଧରୁ ଓ ୨୦୨ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୧, ବାଲେଶ୍ୱର ଜିଲ୍ଲାରେ ୩, ବରଗଡ ଜିଲ୍ଲାରେ ୧୨, ଭଦ୍ରକ ଜିଲ୍ଲାରେ ୨, ବଲାଙ୍ଗୀର ଜିଲ୍ଲାରେ ୧୧ ବୌଦ୍ଧ ଜିଲ୍ଲାରେ ୧୩, କଟକ ଜିଲ୍ଲାରେ ୩୧ . ଦେବଗଡ, ଜିଲ୍ଲାରେ ୩, ଢେଙ୍କାନାଳ ଜିଲ୍ଲାରେ ୨,ଗଜପତି ଜିଲ୍ଲାରେ ୬ , ଗଂଜାମ ଜିଲ୍ଲାରେ ୭, ,ଯାଜପୁର ଜିଲ୍ଲାରେ ୯, ଝାରସୁଗୁଡା ଜିଲ୍ଲାରେ ୩ . କଳାହାଣ୍ଡି ଜିଲ୍ଲାରେ ୨୧, କନ୍ଧମାଳ ଜିଲ୍ଲାରେ ୭, କେନ୍ଦ୍ରାପଡା ଜିଲ୍ଲାରେ ୨, କେନ୍ଦୁଝର ଜିଲ୍ଲାରେ ୨ , ଖୋର୍ଧା ଜିଲ୍ଲାରେ ୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୫, ମୟୁରଭଂଜ ଜିଲ୍ଲାରେ ୧୫ , ନବରଙ୍ଗପୁର ଜିଲ୍ଲାରେ ୬ .ନୟାଗଡ ଜିଲ୍ଲାରେ ୧୪, ନୂଆପଡା ଜିଲ୍ଲାରେ ୧୫, ପୁରୀ ଜିଲ୍ଲାରେ ୧ , ରାୟଗଡା ଜିଲ୍ଲାରେ ୯, ସମ୍ବଲପୁର ଜିଲ୍ଲାରେ ୩୯, ସୋନପୁୁର ଜିଲ୍ଲାରେ ୧୧ ,ସୁନ୍ଦରଗଡ ଜିଲ୍ଲାରେ ୧୩୭ ଓ ଷ୍ଟେଟ ପୁଲରେ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।