ବରଗଡ, ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସହାୟକ କୃଷି ଅଧିକାରୀ । ବରଗଡ଼ ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ଆସିଷ୍ଟାଂଟ ବ୍ଲକ ଅଫିସର ପ୍ରଣୟ ଦେଢ଼ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ପାଇକମାଳ ବସଷ୍ଟାଣ୍ଡରୁ ତାଙ୍କୁ ଧରିଛି ଭିଜିଲାନ୍ସ । ସାର ଡ଼ିଲରଙ୍କ ଠାରୁ ସେ ଏହି ଲାଂଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ।
ଖବର ଅନୁଯାୟୀ, ଲାଇଲେନ୍ସ ବାତିଲ କରିବା ଧମକ ଦେଇ ସେ ସାର ଡିଲରଙ୍କ ଠାରୁ ଏହି ଲାଂଚ ନେଉଥିଲେ । ଏହି ଆଧାରରେ ସହାୟକ କୃଷି ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢଉ ହୋଇଛି। ବରଗଡ ପାଇକମାଳସ୍ଥିତ ଅଫିସ, ଭୁବନେଶ୍ୱର ଶୈଳେଶ୍ରୀ ବିହାରସ୍ଥିତ ଘର, କଟକ ତିଗିରିଆ ସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି ।