ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୪.୬ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୦୯ ମିଲିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରି ବ୍ଲକରେ ସର୍ବନିମ୍ନ ୧୨.୪ ମିଲିମିଟର ବର୍ଷା ହୋଇଛି। ସେହିପରି ମାଥିଲି ବ୍ଲକରେ ୨୩ ମିଲିମିଟର, ଖଇରପୁଟ ବ୍ଲକରେ ୧୪ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୩୩ ମିଲିମିଟର, କାଲିମେଳା ବ୍ଲକରେ ୧୫ ମିଲିମିଟର ଓ ପଡିଆ ବ୍ଲକରେ ୧୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାରେ ହାରାହାରି ୩୨.୯ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି।