ମାଲକାନଗିରି, ମାଲକାନଗିରି ଜିଲ୍ଳାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ କାଲିମେଳା ବ୍ଳକ ବେଜାଙ୍ଗିବାଡ଼ା ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମର ଗୋଟିଏ ଘର ଭାଙ୍ଗି ପଡ଼ିଛି । ସେହି ସମୟରେ ଘରଭିତରେ ତିନି ଜଣ ଛୋଟଛୋଟ ଶିଶୁ ରହିଥିଲେ । ଆଜବେଷ୍ଟସ ଛପର ଇଟା କାନ୍ଥ ଘର ଗୋଟିଏ ପାର୍ଶ୍ଵ ଭାଙ୍ଗି ଯାଇ ବାହାର ପଟେ ପଡ଼ିଥିଲା । ଯାହାଫଳରେ ଘର ଭିତରେ ଥିବା ତିନିଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘର କାନ୍ଥ ଭାଙ୍ଗିବା ବେଳେ ବାପା ଲଚୁ ମାଳି ଓ ମା ପାନ ମାଳି ଦୁହେଁ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ ଘରେ ଏକୁଟିଆ ତିନି ପିଲାମାନେ ରହିଥିଲେ । ଖବର ପାଇ ତାଙ୍କ ବାପା ମା ଜମିରୁ ଘରକୁ ଫେରି ଆସିଥିଲେ । ବର୍ତ୍ତମାନ ସେମାନେ ସେହି ଭଙ୍ଗା ଘରେ ଆଶ୍ରୟ ନେଉଥିବା ଜଣାପଡିଛି । ଭେଜାଙ୍ଗିୱାଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର କବାସି ଘଟଣାସ୍ଥଳରେ ପହଞ୍ଚି ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି ।
Related Stories
November 23, 2024