ବଲାଙ୍ଗିର, ଅଗଷ୍ଟ କ୍ରାନ୍ତି ଦିବସ ଆଜି ସ୍ଥାନୀୟ ଗାନ୍ଧୀ ଭବନ ଠାରେ ବଲାଙ୍ଗିର ଶାଖା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତରଫରୁ ପାଳନ କରାଯାଇଛି। ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ଆଜିର ଦିବସ ବହୁ ବହୁତ ମହତ୍ତ୍ଵ ରଖିଛି। ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ମୁନିସିପାଲଟିର ନଗରପାଳ ଲିକା ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଷ୍ଟ୍ର ପୂର୍ବ କ୍ଷେତ୍ର୍ ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ଵାଇଁ ଯୋଗଦେଇ ଆଜିର ଦିବସ ଉପରେ କହିବାକୁ ଯାଇ ବିସ୍ତୃତ ରୂପରେ ଆମ ଦେଶର ଏୈତିହାସିକ ପୃଷ୍ଠଭୂମି ଓ ଅଗଷ୍ଟ୍ କ୍ରାନ୍ତି ଦିବସ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସମାନିତ ଅତିଥି ରୂପେ ଓଡ଼ିଶା ପଶ୍ଚିମ ଗ୍ରାହକ ପଞ୍ଚାୟତ ଅଧ୍ୟକ୍ଷ ଶଶୀଭୂଷଣ ପୁରୋହିତ ବକ୍ତବ୍ୟ ରଖିଥିଲେ।
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାହକ ପଞ୍ଚାୟତର ସଭ୍ଯ ସଭ୍ୟା ମାନଙ୍କ ସମେତ ନାଗରିକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ। ଶେଷରେ ସଂଗଠନର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଧନ୍ଯବାଦ୍ ଅର୍ପଣ କରିଥିଲେ। ପୂର୍ବରୁ ସ୍ଵାମୀ ବିବେକାନନ୍ଦ ଓ ଭାରତ ମାତାଙ୍କ ପୂଜା ଅର୍ଚନା କରାଯାଇଥିଲା। ଶେଷରେ ଶାନ୍ତି ପାଠ ପରେ ସମାପନ ହୋଇଥିଲା।