
କନ୍ଧମାଳ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଶଙ୍କର ଦୋରା ନାମକ ଜଣେ ଦାୟିତ୍ଵହୀନ ସ୍ଵାସ୍ଥ୍ୟ କର୍ମୀ ସୁପରଭାଇଜର ଫୋନ ଯୋଗେ ଧମକ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବିଲାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସିକାଡ଼ି ଗ୍ରାମରେ ହାଡ଼ଫୁଟି ମିଳିମିଳା ବ୍ୟାପି ଅନେକ ଲୋକ ଅସୁସ୍ଥ ହୋଇଥିବା ବେଳେ ପ୍ରାୟ ୧୦ ରୁ ୧୫ ବିତିଯାଇଥିଲେ ମଧ୍ୟଏହି ଖବର ସ୍ଵାସ୍ଥ୍ୟ ବିଭାଗ ପାଖରେ ନ ଥିବା ନେଇ ଓ ଗାଁ ଗୁଡ଼ିକୁ ସ୍ଵାସ୍ଥ୍ୟ କାର୍ମୀ ମାନେ ଯାଉ ନ ଥିବା ଏବଂ ସ୍ଵାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା କରୁ ନ ଥିବା ଖବର ପ୍ରକାଶ ପାଇଲା ପରେ ତତ୍ପରତା ସହ ସିକାଡ଼ି ଗ୍ରାମକୁ ଯାଇ ପୀଡ଼ିତ ମାନଙ୍କୁ ଔଷଧ ଦେଇଥିଲେ। କିନ୍ତୁ, ଆଞ୍ଚଳିକ ରୀତିନୀତି ଅନୁସାରେ ଲୋକେ ଝଡ଼ାଫୁଙ୍କା କରି ଗ୍ରାମଦେବୀ ଠାକୁରାଣୀଙ୍କୁ ଧୂପ ଦୀପ ଦେଇ ଭଲକରିବା ବିଶ୍ଵାସ ଆପଣେଇ କିଛି ଭଲ ମଧ୍ୟ କରିଥିବା କହି ଔଷଧ ଖାଇଲେ ଠାକୁରାଣୀ ଅଶାନ୍ତି ହେବେ। ଏହା ସେମାନଙ୍କ ବିଶ୍ଵାସ ଅଟେ। କିନ୍ତୁ, ସ୍ଵାସ୍ଥ୍ୟ ବିଭାଗ କର୍ମୀଙ୍କ ନିଜ କର୍ତ୍ତବ୍ୟ ଏଠାରେ ନ କରି ନିଜେ ସୁପରଭାଇଜର ସ୍ବାସ୍ଥ୍ୟକର୍ମୀ ଦୋରା ନିଜ ଦାୟିତ୍ଵକୁ ଅବହେଳା କରି ଘରେ ବସି ରିପୋର୍ଟ ପ୍ରଦାନ କରିବା ଜଣାପଡ଼ିଯିବା ପରେ ନିଜକୁ ଅସମ୍ଭାଳ ହୋଇ ମତେ ନ କହି କାହିଁକି ଖବର ପ୍ରକାଶ କରି ପକାଇଲ କହି ଟେଲିଫୋନ ମାଧ୍ୟମରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେବା ସହିତ ଖରାପ ବ୍ୟବହାର କରିଛନ୍ତି। ଏହାହେବା ଦ୍ଵାରା ଜଣେ ସାମ୍ବାଦିକ ସତ୍ୟତା ପ୍ରକାଶ କରି ଏଭଳି ଦୁର୍ବ୍ୟବହାରର ଶିକାର ହେଇଥିବା ଯୋଗୁଁଏହାକୁ ସାମ୍ବାଦିକ ମହଲରେ ନିନ୍ଦା କରାଯିବା ସହିତ ସ୍ଵାସ୍ଥ୍ୟ କର୍ମୀ ସୁପର ଭାଇଜର ଶ୍ରୀ ଦୋରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାବୀ ହୋଇଛି।