
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ କଡ଼ରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିଛି । ମୃତକ ଜଣକ ହେଲେ ପୁତିଗୋପାଳପୁର ଚର୍ଚ୍ଚ ରୋଡ଼ର ଦେବରାଜ ବେହେରା (୫୦) । ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଥିବା ବେଳେ ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ ଓ ଥାନା ଅଧିକାରୀ ସୂର୍ଯ୍ୟରଞ୍ଜନ ପ୍ରଧାନ ସାଇଂଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି ।