ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୬୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୯୫୨୭ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୪୫୨୭ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୯୮ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୧ ଜଣ ସଂଗରୋଧରୁ ଓ ୨୭୧ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୨, ବାଲେଶ୍ୱର ଜିଲ୍ଲାରେ ୬, ବରଗଡ ଜିଲ୍ଲାରେ ୪୬, ଭଦ୍ରକ ଜିଲ୍ଲାରେ ୧, ବଲାଙ୍ଗୀର ଜିଲ୍ଲାରେ ୪୭ ବୌଦ୍ଧ ଜିଲ୍ଲାରେ ୩, କଟକ ଜିଲ୍ଲାରେ ୧୪ . ଦେବଗଡ, ଜିଲ୍ଲାରେ ୭, ଗଜପତି ଜିଲ୍ଲାରେ ୬ , ଗଂଜାମ ଜିଲ୍ଲାରେ ୧, ,ଯାଜପୁର ଜିଲ୍ଲାରେ ୮, ଝାରସୁଗୁଡା ଜିଲ୍ଲାରେ ୯ . କଳାହାଣ୍ଡି ଜିଲ୍ଲାରେ ୩୬, କନ୍ଧମାଳ ଜିଲ୍ଲାରେ ୧୩, କେନ୍ଦ୍ରାପଡା ଜିଲ୍ଲାରେ ୨, କେନ୍ଦୁଝର ଜିଲ୍ଲାରେ ୧ , ଖୋର୍ଧା ଜିଲ୍ଲାରେ ୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୯, ମାଲକାନଗିରି ଜିଲ୍ଲାରେ ୨, ମୟୁରଭଂଜ ଜିଲ୍ଲାରେ ୪୩ , ନବରଙ୍ଗପୁର ଜିଲ୍ଲାରେ ୩୪ .ନୟାଗଡ ଜିଲ୍ଲାରେ ୧୮, ନୂଆପଡା ଜିଲ୍ଲାରେ ୧୬, ପୁରୀ ଜିଲ୍ଲାରେ ୭ , ରାୟଗଡା ଜିଲ୍ଲାରେ ୧୫, ସମ୍ବଲପୁର ଜିଲ୍ଲାରେ ୫୮, ସୋନପୁୁର ଜିଲ୍ଲାରେ ୨୧ ,ସୁନ୍ଦରଗଡ ଜିଲ୍ଲାରେ ୧୩୭ ଓ ଷ୍ଟେଟ ପୁଲରେ ୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।