ଭୁବନେଶ୍ୱର, ରାଜ୍ୟରେ ଏବେ ଗାଁକୁ ଗାଁ ବୁଲିବ ବୁଷ୍ଟର ଟିକା ଭ୍ୟାନ । ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରା ଯାଉଛି । ଟିକାକରଣ ବଢ଼ାଇବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆ ଯାଇଛି । ପ୍ରତିଟି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ବୁଲିବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଟିକାର ଅଭାବ ନାହିଁ । ଏବେ ସୁଦ୍ଧା ୪୬ଲକ୍ଷ ୨୬ହଜାର ଲୋକଙ୍କୁ ପ୍ରିକସନ ଡୋଜ ଦିଆସରିଛି । ରାଜ୍ୟର ମୋଟ ୧୪% ବ୍ୟକ୍ତି ନେଇଛନ୍ତି ବୁଷ୍ଟର ଡୋଜ । ପ୍ରିକସନ ଡୋଜ ନେବାକୁ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅନୁରୋଧ । ଦ୍ଵିତୀୟ ଡୋଜ ନେଇନାହାନ୍ତି ୨୪ଲକ୍ଷ ୯୦ହଜାର ବ୍ୟକ୍ତି ।