ଭୁବନେଶ୍ୱର, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୁଲିସ ଡିଜି ନ ଆସିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡଙ୍ଗୀ ।
ସେ କହିଛନ୍ତି ଯେ ଗତକାଲି ଅମିତ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୁଲିସ ଡିଜି କାହିଁକି ପ୍ରୋଟୋକଲ ଅନୁଯାୟୀ କାହିଁକି ସ୍ୱାଗତ କରିବା ପାଇଁ ଆସି ନଥିଲେ? ରାଜ୍ୟ ସରକାର ସାଧାରଣ ଶିଷ୍ଟାଚାର ବି କିଭଳି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସେ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯେତେବେଳେ ଭୁବନେଶ୍ୱର ଆସିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରିବା ପାଇଁ କେହି ଆସିଲେନି। ମୁଖ୍ୟମନ୍ତ୍ରୀ ନଆସିଲେ ନାହିଁ, ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆସିବା କଥା, ସେ ଆସିଲେନି, ପୁଲିସ ଡିଜି ଆସିଲେନି, ସଚିବ ବି ଆସିଲେନି।