-
ମହୁମାଛି ପାଳନ ରାଜ୍ୟର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ : ମନ୍ତ୍ରୀ ଡ. ସାହୁ
ଭୁବନେଶ୍ୱର – ରାଜ୍ୟ ସରକାର କୃଷକମାନଙ୍କର ଆୟ ବହୁଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମହୁମାଛି ପାଳନ କରି କୃଷକମାନେ ସେମାନଙ୍କର ଆୟରେ ବୃଦ୍ଧି କରିପାରିବେ । ରାଜ୍ୟର ଜଳବାୟୁ, ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ଉଦ୍ୟାନ ଓ କୃଷିଭି ିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଲୋକମାନଙ୍କୁ ମହୁମାଛି ପାଳନ ସଂପର୍କରେ ଆଗ୍ରହ ସୃଷ୍ଟି କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବୈଜ୍ଞାନିକ ପ ତିରେ ମହୁମାଛି ପାଳନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ମହୁମାଛି ପାଳନ ରାଜ୍ୟର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ । ମହୁମାଛିକୁ ବ୍ୟବସାୟଭି ିକ, ଆନୁଷଙ୍ଗିକ ରୋଜଗାର କିମ୍ବା ଜୀବିକାର୍ଜନର ପନ୍ଥା ଭାବେ ଗ୍ରହଣ କରାଯାଇପାରିବ । ରାଜ୍ୟରେ ମିଳୁଥିବା ମହୁ ଉକ୍ରଷ୍ଟ ମାନର ହୋଇଥିବାରୁ ଏହାର ବଜାର ·ହିଦା ରହିଛି । ଅଧିକ ମହୁମାଛି ପାଳନ ଦ୍ୱାରା ମହୁ ଉତ୍ପାଦନ ବୃ ି ପାଇବା ସହିତ ପରାଗ ସଙ୍ଗମ ଦ୍ୱାରା ଖାଦ୍ୟଶସ୍ୟ ଉତ୍ପାଦନ ଆଶାତୀତ ଭାବେ ବୃ ି ପାଇବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଓଡ଼ିଶାରେ ୧୫ ଲକ୍ଷରୁ ଊ-ର୍ ମହୁମାଛି ଦଳ ପାଳନ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ବୈଜ୍ଞାନିକ ଭି ିରେ ମହୁମାଛି ପାଳନ ନିମନ୍ତେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଲେ ଆଦିମ କାଳରୁ ମହୁ ସଂଗ୍ରହ କରିବାର ପରମ୍ପରା ରହିଥିବାବେଳେ ମହୁ ଉତ୍ପାଦନ ବୃ ି ନିମନ୍ତେ ବୈଜ୍ଞାନିକ ପ ତିରେ ମହୁମାଛି ପାଳନ କରାଗଲେ ଓଡ଼ିଶାର ଅର୍ଥନୈତିକ ଅଭିବୃ ିରେ ସହାୟକ ହୋଇପାରିବ । ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଏ ଦିଗରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଥିଲେ ।
କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଉଦ୍ବୋଧନ ଦେଇ କହିଲେ ଯେ ସବୁବର୍ଗର ଲୋକ ଘରୋଇ ଭାବରେ କିମ୍ବା ବ୍ୟବସାୟିକ ଭି ିରେ ମହୁମାଛି ପାଳନ କରିପାରିବେ । ବୈଜ୍ଞାନିକ ପ ତିରେ ମହୁମାଛି ପାଳନ ଅତି ସରଳ, ପରିବେଶ ଉପଯୋଗୀ ଓ ଗ୍ରାମୀଣ ଲୋକଙ୍କୁ ରୋଜଗାର ଯୋଗାଇଦେବା ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ପ୍ରତ୍ୟେକ ଜିଲ୍ଲାରେ କର୍ମଶାଳା ଆୟୋଜନ କରି ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଭୂମିହୀନ ·ଷୀମାନଙ୍କ ନିମନ୍ତେ ମହୁମାଛି ପାଳନ ଏକ ଉପଯୁକ୍ତ ପନ୍ଥା ହୋଇଥିବାରୁ କାଳିଆ ଯୋଜନାରେ ମହୁମାଛି ପାଳନକୁ ଅନ୍ତର୍ଭୁକ୍ତ କରାଯାଇପାରିଛି । ଉଦ୍ୟାନ କୃଷି ନିର୍ଦେଶାଳୟ ପକ୍ଷରୁ ଏ ଦିଗରେ ·ଷୀମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି ଡ. ଗର୍ଗ କହିଥିଲେ ।
କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ୍, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଏବଂ ଗବେଷକ ଡ. ଚି ରଞ୍ଜନ ଶତପଥୀ ପ୍ରମୁଖ ବୈଜ୍ଞାନିକ ପ ତିରେ ମହୁ·ଷ, ମହୁ ଉତ୍ପାଦନ, ବଜାର ବ୍ୟବସ୍ଥା, ଭି ିଭୂମି ଆଦି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ୧୦ ଜଣ ଅଗ୍ରଣୀ ମହୁମାଛି ପାଳନକାରୀଙ୍କୁ ସମ୍ବ ିର୍ତ କରାଯାଇଥିବାବେଳେ ମହୁମାଛି ସଂପର୍କିତ ପତ୍ରିକା, ପୁସ୍ତିକା ଓ ସିଡି ଉନ୍ମୋଚିତ ହୋଇଥିଲା । ଏଥି ସହିତ କୃଷି ଭବନ ପରିସରରେ ମହୁମାଛି ପାଳନ ସମ୍ବନ୍ଧୀୟ ଜ୍ଞାନକୌଶଳର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ଅଗ୍ରଣୀ ମହୁ·ଷୀ, ବିଶେଷଜ୍ଞ ଓ ସରକାରୀ-ବେସରକାରୀ ଭାଗୀଦାରମାନେ ଯୋଗଦେଇଥିଲେ ।