-
ଡାବୁଗାଁ ଠାରେ ସର୍ବାଧିକ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ୨୨୫ ମି.ମି.
ଭୁବନେଶ୍ଵର, ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ସର୍ବାଧିକ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ୨୨୫ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ପ୍ରମୁଖ ୭ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।
ରାଜ୍ୟରେ ପ୍ରମୁଖ ୭ଟି ସ୍ଥାନ ନବରଙ୍ଗପୁରର ଡାବୁଗାଁରେ ୨୨୫ ମି.ମି., ନବରଙ୍ଗପୁରର ପାପଡାହାଣ୍ଡିରେ ୧୯୦.୦ ମି.ମି., କୋରାପୁଟର କୋଟପାଡରେ ୧୯୪.୦ ମି.ମି., କୋରାପୁଟର ପଟାଙ୍ଗି ୧୪୯.୦ ମି.ମି., ନବରଙ୍ଗପୁରର କୋଷାଗୁମୁଡ଼ା ୧୪୫.୦ ମି.ମି., କଳାହାଣ୍ଡିର ଜୁନାଗଡରେ ୧୪୪.୦ ମି.ମି., ନବରଙ୍ଗପୁର ୧୩୭.୬ ମି.ମି., ମାଲକାନଗିରିର ମାଥିଲିରେ ୧୩୧.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।