ଭୁବନେଶ୍ୱର -୨୦୧୫-୧୬ ରୁ ଅଦ୍ୟାବଧି ସଂଗ୍ରହ କରାଯାଇଥିବା ୨୭୫୩୯ ଟି ଛତୁଆ ନମୂନାରୁ ୧୮୨୦୯ ଟି ର ନମୂନା ଯାଂଚଞ୍ଚ /ପରୀକ୍ଷା କରାଯାଇଛି । ସଂଗୃହୀତ ଛତୁଆ ନମୂନାରୁ ୯୩୩୦ ଟି ନମୂନା ପରୀକ୍ଷା କରାଯାଇନାହିଁ । ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ।
ବିରୋଧି ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କ ଏ ସଂପର୍କୀତ ଏକ ପ୍ରଶ୍ନର ଉତରରେ ରାଜ୍ୟରେ ପରିପୂରକ ପୃଷ୍ଟି ଯୋଜନାରେ ଗର୍ଭବତୀ ଓ ୬ ମାସରୁ ୩ ବର୍ଷର ଶିଶୁ ମାନଙ୍କୁଦିଆଯାଉଥିବା ଛତୁଆର ମାନ ବଜାୟ ରଖିବା ଓ ନିୟମିତ ଭାବରେ ଯାଂଚଞ୍ଚ କରିବା ପାଇଁ ମାର୍ଗଦର୍ଶିକା ଅନୁଯାୟୀ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।
ଏପରିକି ଛତୁଆର ମାନ ପରୀକ୍ଷା ଦାୟିତ୍ୱରେ ଥିବା ଷ୍ଟେଟ ପବ୍ଲିକ ହେଲ୍ଥ ଲାବରଟରୀ ଭୁବନେଶ୍ୱରକୁ ଦିଆଯାଇଛି । ଉତମମାନର ଛତୁଆପ୍ରସ୍ତୁତି ପାଇଁ ପ୍ରତ୍ୟେକ ମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ଦିବସ ଭାବେ ସ୍ଥିର କରାଯାଇଥିବା ବେଳେ ରାଜ୍ୟସ୍ତରୀୟ ଅଧିକାରୀ ଜିଲ୍ଲାଗୁଡିକୁ ଯାଇ ଛତୁଆ ମିଶ୍ରଣର ତଦାରଖ କରୁଥିବା ଜଣାପଡିଛି । ଛତୁଆ ପ୍ରସ୍ତୁତି ଓ ବଂଟନ ବାବଦକୁ ବାର୍ଷିକ ୪୧୪୯୬.୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏପରିକି ସଂଗୃହୀତ ଛତୁଆର ନମୂନାରୁ ଯାଂଚ / ପରୀକ୍ଷା କରାଯିବା ପରେ ୧୫୧ ଟିର ନମୂନା ନିମ୍ନମାନର ଥିବା ଜଣାପଡିଛି । ସଂଗୃହୀତ ୨୭୫୩୯ ନମୂନାରୁ ୧୮୨୦୯ ନମୂନାର ପରୀକ୍ଷା / ଯାଞ୍ଚ କରାଯାଇଥିବା ବେଳେ ୯୩୩୦ ଟି ନମୂନାର କେଉଁ କାରଣରୁ ଯାଂଚଞ୍ଚ / ପରୀକ୍ଷା କରାଯାଇନାହିଁ ସେ ନେଇ ବିଧାୟକ ଶ୍ରୀ ମାଝୀ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ନମୂନା ଯାଂଚଞ୍ଚ କରାଯାଇଥିଲେ ଅଧିକ ନିମ୍ନମାନର ଥିବା ଜଣାପଡିଥାନ୍ତା ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।