କନ୍ଧମାଳ, ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସୋମବାର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଜି. ଉଦୟଗିରି ଥାନା ଅନ୍ତର୍ଗତ ଜିତେନ୍ଦ୍ର କୁମାର ଦିଗଲ (୪୬) କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତଏପ୍ରିଲ ଚାରି ତାରିଖରେ ୨୦୧୯ ରେ ପୀଡିତା ଏକାକୀ ଘରେ ଥିବାବେଳେ ଜିତେନ୍ଦ୍ର ଘରକୁଯାଇ ତାକୁ ରୁଟି ଖାଇବାକୁ ଦେଇଥିଲା। ରୁଟି ଖାଇବାପରେ ପୀଡିତାର ମୁଣ୍ଡକଣ ହେବାରୁ ସେ ନିସ୍ତେଜ ହୋଇ ପଡିଥିଲା । ଏହାର ସୁଯୋଗରେ ଅଭିଯୁକ୍ତ ଜିତେନ୍ଦ୍ର ପୀଡ଼ିତାକୁ ନିକଟସ୍ଥ ଗାଁ ମଶାଣିକୁ ନେଇ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘର ଲୋକେ ବହୁତ ଖୋଜାଖୋଜି ପରେ ମଶାଣି ନିକଟରୁ ପୀଡିତାକୁ ଉଦ୍ଧାର କରିଥିଲେ। ପରେ ଏନେଇ ପୀଡିତାର ଭାଇ ଜି. ଉଦୟଗିରି ଥାନାରେ ଏତେଲା ଦେଇଥିଲେ। ଜି. ଉଦୟଗିରି ପୋଲିସ ଏ ନେଇ ୫୨/୨୧/୦୪/୨୦୧୯ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଗିରଫ କରିଥଲା। ଆଜି ଵିଚାରପତି ସେହି ମାମଲାର ବିଚାର କରି ପୀଡିତାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହା ସମେତ ଆଦାୟ ଜରିମାନା ଅର୍ଥକୁ ମଧ୍ୟ ପୀଡିତଙ୍କୁ ଦେବାକୁ ନିଜ ରାୟରେ ଦର୍ଶାଇଛନ୍ତି ।