ମାଲକାନଗିରି, କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡେଙ୍ଗୁଜନିତ ଜ୍ୱର ଓ ଏହାର ନିରାକରଣ ସମ୍ବନ୍ଧରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ.ସନ୍ତୋଷ କୁମାର ଷଡଙ୍ଗୀଙ୍କ ନେତୃତ୍ବରେ ଏକ ୫୦ ଜଣିଆ ଟିମ୍ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବାହାରି ଗ୍ରାମର ମୁଖ୍ୟ ବଜାର ଓ ଆଖପାଖ ସାହିରେ ଏହି ସଚେତନତା ଶୋଭାଯାତ୍ରା କରିଥିବାର ଜଣାପଡ଼ିଛି ।
ଶୋଭାଯାତ୍ରାରେ ସ୍ଵାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ,ଏ ଏନ୍ ଏମ୍ ଓ ଆଶାକର୍ମୀ ମାନେ ପ୍ଲା କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଲୋକ ମାନଙ୍କୁ ମଶାରୀ ବ୍ୟବହାର କରିବା, ଘର ବା ଆଖପାଖରେ ପାଣି ଜମିବାକୁ ନଦେବା ଓ ମଶା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି ।