
-
ଆରପିଏମ୍ ବୈଠକ ଅବସରରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଶ୍ରୀ ଆର କେ ସିଂହଙ୍କ ଦ୍ୱାରା ଡିସ୍କମ୍ଗୁଡିକର ଦଶମ ସମନ୍ୱିତ ରେଟିଂ ପ୍ରବର୍ତ୍ତନ ଆରମ୍ଭ
-
ସ୍ମାର୍ଟ ପ୍ରିପେଡ୍ ମୋବାଇଲ ଆପ୍ ଏବଂ ଡିସ୍କମ୍ଗୁଡିକର ସୂଚୀ (ସିଏସ୍ଆଇ) ଆରମ୍ଭ ହେଲା
ନୂଆଦିଲ୍ଲୀ, ରାଜ୍ୟ ସମୂହ ଓ ପ୍ରାଦେଶିକ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀ (ପାୱାର ୟୁଟିଲିଟିଜି) ଗୁଡିକର ସମୀକ୍ଷା ଯୋଜନା ଓ ତଦାରଖ (ରିଭ୍ୟୁ ପ୍ଲାନିଂ ଆଣ୍ଡ ମନିଟରିଂ ବା ଆର୍ପିଏମ୍) ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶକ୍ତି ଓ ଭାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁର୍ଜର, ଶକ୍ତି ସଚିବ, ବିଭାଗର ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ରାଜ୍ୟର ଶକ୍ତି ସଚିବ, ଅଧିକାରୀ ଏବଂ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀଗୁଡିକର ପ୍ରତିନିଧିମାନେ ଏଥିରେ ଉପସ୍ଥିତ ଥିଲେ ।
ଏହି ବୈଠକରେ ବିଦ୍ୟୁତ ଶକ୍ତି ସଂକ୍ରାନ୍ତ ବିଭିନ୍ନ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷକରି ଜୁଲାଇ ୩୦ରେ ଉଜ୍ଜ୍ୱଳ ଭାରତ ଉଜ୍ଜଳ ଭବିଷ୍ୟ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣର ମର୍ମ ଅନୁସାରେ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଏଥିରେ ଗୁରୁତ୍ୱ ପାଇଥିଲା। ବିଦ୍ୟୁତ୍ କ୍ଷେତ୍ର କ୍ଷତି ପରିହାର କରି ନିଜକୁ ସମର୍ଥ ଓ ସ୍ୱାବଲମ୍ବୀ କରିବା, ବିଦ୍ୟୁତ୍ ଯୋଗାଣ ଓ ଉତ୍ପାଦନକାରୀ କମ୍ପାନୀଙ୍କୁ ସରକାରୀ ବକେୟା ଦେୟ ପ୍ରଦାନ, ସମ୍ପୃକ୍ତ କମ୍ପାନୀଙ୍କୁ ଲେଟ ପେମେଣ୍ଟ ସରଚାର୍ଜ ଓ ତତ୍ ସଂକ୍ରାନ୍ତ ବିଷୟଗୁଡିକ ଉପରେ ଆଲୋଚନା କରାଯାଇଥିଲା ।
ଏହି ବୈଠକ ଅବସରରେ ମାନନୀୟ ଶକ୍ତିମନ୍ତ୍ରୀ ଶ୍ରୀ ଆର.କେ ସିଂହ ଶକ୍ତି ଯୋଗାଣ କାରୀ କମ୍ପାନୀ(ପାୱାର ଡିଷ୍ଟ୍ରିବ୍ୟୁସନ ୟୁଟିଲିଟିଜ୍)ଗୁଡିକର ଇଣ୍ଟ୍ରିଗ୍ରେଟେଡ ରେଟିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହା ବ୍ୟତୀତ ଡିସ୍କମ୍ଗୁଡିକର ପ୍ରଥମ ସର୍ଭିସ ରେଟିଂ ବ୍ୟବସ୍ଥା ଓ ଭାରତ ଇସ୍ମାର୍ଟ ମୋବାଇଲ ଆପ୍ଲିକେସନ (ବିଇଏସ୍ଏମ୍ଏ)କୁ ଆରମ୍ଭ କରାଯାଇଥିଲା ।
ଇଣ୍ଟ୍ରିଗ୍ରେଟେଡ ରେଟିଂ ବ୍ୟବସ୍ଥା ୨୦୧୨ଠାରୁ ପ୍ରତିବର୍ଷ କରାଯାଇ ଆସୁଛି । ଏହାର ଉଦ୍ଦେଶ୍ୟ ହେଲା ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀଗୁଡିକର ବିଭିନ୍ନ ପ୍ରକାର ପ୍ରଦର୍ଶନକୁ ମୂଲ୍ୟାୟନ କରିବା । ଏଥିରେ ସେମାନଙ୍କର ଆର୍ଥିକ ସ୍ଥିରତା, ସେବା ଯୋଗାଣର ମାନ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଆଦି ବିଷୟକୁ ମୂଲ୍ୟାୟନ କରାଯାଇ ତଦନୁସାରେ ରେଟିଂ ପ୍ରଦାନ କରାଯାଇଥାଏ । ଏଥିରେ କମ୍ପାନୀଗୁଡିକର ସେବା ଯୋଗାଣ ଓ ଆର୍ôଥକ ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଏ । ଡିସ୍କମ୍ଗୁଡିକର କାର୍ଯ୍ୟ ଓ ସେବାରେ ନିରନ୍ତର ପ୍ରଗତି ଆଣିବା ଏହି ରେଟିଂର ମୂଳ ଲକ୍ଷ୍ୟ । ଏହି ରେଟିଂ ବ୍ୟବସ୍ଥାରେ ଘରୋଇ ଡିସ୍କମ୍ଗୁଡିକୁ ମଧ୍ୟ ସାମିଲ କରାଯାଇଛି ଏବଂ ସେମାନଙ୍କର କାର୍ଯ୍ୟର ମଧ୍ୟ ବାର୍ଷିକ ସମୀକ୍ଷା ହେଉଛି । ଏ ସଂକ୍ରାନ୍ତ ସବିଶେଷ ତଥ୍ୟ urjadrishti.comରୁ ମିଳିପାରିବ ।
ବିଦ୍ୟୁତ୍ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକାରର ସଂସ୍କାରବାଦୀ କାର୍ଯ୍ୟକୁ ଆଗକୁ ବଢାଇ ଉପଭୋକ୍ତାମାନଙ୍କୁ ଶ୍ରେଷ୍ଠ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଶକ୍ତିମନ୍ତ୍ରୀ ଗତକାଲି ମଧ୍ୟ ଡିସ୍କମ୍ ସମୂହଙ୍କର ୨୦୨୦-୨୧ ବର୍ଷର ଖାଉଟି ସେବା ରେଟିଂ(ସିଏମ୍ଆର୍ଡି) ଉନ୍ମୋଚନ କରିଥିଲେ । ଏଥିରେ ବିଭିନ୍ନ ଡିସ୍କମ୍ର ସାମ୍ପ୍ରତିକ ଖାଉଟି ସେବା ସଂକ୍ରାନ୍ତ ସ୍ଥିତି ସ୍ଥାନ ପାଇଛି । ଏହି ସେବାରେ ବିଦ୍ୟୁତ ଯୋଗାଣ ଓ ପରିଚାଳନା ବ୍ୟବସ୍ଥାର ବିଶ୍ୱସନୀୟତା, ବିଜୁଳି ସଂଯୋଗ ପ୍ରଦାନ ସେବା, ମିଟରିଂ, ବିଲିଂ, ଫଲ୍ଟ କରେକସେନ, ଶୁଳ୍କ ସଂଗ୍ରହ ଆଦି ଅନ୍ତର୍ଭୁକ୍ତ । ସାତଟି ମାନକ ଆଧାରରେ ଏହି ରେଟିଂ ଓ ମୂଲ୍ୟାୟନ କରାଯାଉଛି । ଯେଉଁ ଡିସ୍କମ୍ଗୁଡିକର ପ୍ରଦର୍ଶନ ଉଚ୍ଚକୋଟିର ହେଉଛି ସେମାନଙ୍କର ମଡେଲକୁ ଅନ୍ୟମାନେ ଅନୁସରଣ କରିବାକୁ ପ୍ରୋତ୍ସାହିତ କକରିବାର ବ୍ୟବସ୍ଥା ଏଥିରେ ଅଛି । ଡିସ୍କମ୍ଗୁଡିକରେ ସେବା ଓ ଦକ୍ଷତା ବୁଦ୍ଧି ଉପରେ ମଧ୍ୟ ଏହା ଗୁରୁତ୍ୱ ଦେଉଛି । ଏ ସଂକ୍ରାନ୍ତ ସବିଶେଷ ତଥ୍ୟ recindia.nic.inରେ ଉପଲବ୍ଧ ।
ବିଜୁଳି ଉପଭୋକ୍ତାଙ୍କୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରିପେଡ ସ୍ମାର୍ଟ ମିଟର ପାଇଁ ଏକ ଫ୍ରି ଟୁ ୟୁଜ୍ ମୋବାଇଲ ଆପ୍ ପ୍ରଚଳନର ଶୁଭାରମ୍ଭ ମଧ୍ୟ କରାଯାଇଛି । ଏହା ସହିତ ସମଗ୍ର ଦେଶରେ ସ୍ମାର୍ଟ ମିଟରିଂ ବ୍ୟବସ୍ଥା ଆରମ୍ଭ ହେବ । ସ୍ମାର୍ଟ ମିଟରର ଡାଟା ଅନୁସାରେ ଏହି ମୋବାଇଲ ଆପ୍ କାର୍ଯ୍ୟ କରିବ । ଏଥିରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସେମାନଙ୍କର ବିଜୁଳି ବ୍ୟବହାର, ବଳକା ବିଜୁଳି ପରିମାଣ ପୈଠ କରିଥିବା ଅର୍ଥ ଓ ବଳକା ଅର୍ଥ ଆଦି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ଏହାଫଳରେ ବିଦ୍ୟତ୍ ଉପଭୋକ୍ତା ନିଜର ବିଜୁଳି ଖର୍ଚ୍ଚ, ସେ ବାବଦ ଦେୟ ଓ ଅନ୍ୟାନ୍ୟ ତଥ୍ୟ ସହଜରେ ପାଇପାରିବେ ଏବଂ ସେମାନଙ୍କ ଟେଲିଫୋନକୁ ମଧ୍ୟ ଆଲର୍ଟ ଓ ନୋଟିଫିକେସନ ଯିବ ।
ଏହା ଛଡା ଏହି ଆପ୍ରେ ୟୁପିଆଇ , ନେଟ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ ଆଦିର ସୁବିଧା ରହିଛି । ଏହି ମୋବାଇଲ ଫୋନ ମାଧ୍ୟମରେ ବିଜୁଳି ଦେୟ ସହଜରେ ଦେଇ ହେବ ଏବଂ ରିଚାର୍ଜ କରାଯାଇପାରିବ ।ଏହା ମଧ୍ୟ ଉପଭୋକ୍ତାଙ୍କୁ ନିଜର ଆବଶ୍ୟକତା ଅନୁସାରେ ବିଜୁଳି ବ୍ୟବହାରଙ୍କୁ ସୁବିଧା ଯୋଗାଇବ । ସବୁ ଶକ୍ତି ବଣ୍ଟନକାରୀ କମ୍ପାନୀକୁ ଏହି ଆପ୍ ମାଗଣାରେ ଯୋଗାଇ ଦିଆଯିବ । ଏହି ଆପ୍ର ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ଏବଂ ଏଥିରେ ବ୍ୟକ୍ତିଗତ ତଥ୍ୟ ଚୋରି ବା ହେରଫେରର ଅବକାଶ ନାହିଁ ।
ସରକାରଙ୍କ ଏସବୁ ପଦକ୍ଷେପ ଫଳରେ ଦେଶର ବିଦ୍ୟୁତ୍ କ୍ଷେତ୍ରରେ ଦକ୍ଷତା ବଢିବ ଏବଂ ଉପଭୋକ୍ତା ଉନ୍ନତମାନର ସେବା ଉଚିତ ମୂଲ୍ୟରେ ପାଇବେ ।