
-
ପିଟିପିଟି ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା
ପୁରୀ, ଗଞ୍ଜାମରୁ ପୁରୀ ବୋଲବମ୍ ଆସିଥିବା ପର୍ଯ୍ୟଟକ ମୋହନ ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବାପାଙ୍କୁ ଅପହରଣ ପରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଚନ୍ଦନପୁର ଥାନାରେ ଏତଲା କରିଛନ୍ତି ମୃତକଙ୍କ ପୁଅ ଅପୂର୍ବ ଜେନା ।
ମୃତକ ମୋହନଙ୍କ ଘର ଗଞ୍ଜାମ ଜିଲ୍ଲାରେ । ମୋହନ ତାଙ୍କ ଗ୍ରାମର କିଛି ଲୋକଙ୍କ ସହିତ ମିଶି ଜଳଲାଗି କରିବାକୁ ପୁରୀ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଚନ୍ଦନପୁର ଥାନା ପୋଲିସ କହିଛି । ଅନ୍ୟପକ୍ଷରେ ମୃତକଙ୍କ ଶରୀରରେ ମାଡର ଦାଗ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।