ମାଲକାନଗିରି, ଗତକାଲି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକମାମୁଡ଼ି ଗ୍ରାମପଞ୍ଚାୟତ କର୍କାଗୁଡା ଗ୍ରାମରେ। ଗ୍ରାମର ଦୁଇ ଝିଅ ଦୟମନ୍ତି ମୁଦୁଲି (୬ ) ଓ ରିନା ଶୀଶା (୧୦) ଗତକାଲି ଅପରାହ୍ନ ସମୟରେ ଜମିକୁ ଯାଉଥିବା ବେଳେ ଜଣେ ଝିଅ କାର୍କାଗୁଡା ନାଳରେ ଭାସିଯାଇ ନିଖୋଜ ଥିଲା। ପରିବାର ଲୋକେ ଓ ଗ୍ରାମବାସୀ ବହୁତ ଖୋଜାଖୋଜି ପରେ ନିଖୋଜ ଥିବା ଝିଅର ମର ଶରୀର ପାଇଥିଲେ। ମୃତ୍ୟୁବରଣ କରିଥିବା ଝିଅର ନାମ ରିନା ଶୀଶା, ବାପା କମୁଲୁ ଶୀଶା। ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଚିତ୍ରକୋଣ୍ଡା ପଠାଇଛି । ଘଟଣାକୁ ନେଇ କାର୍କାଗୁଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Related Stories
November 22, 2024