ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୮୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୮୧୪୫ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୨୯୪୧ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୦୦୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୦ ଜଣ ସଂଗରୋଧରୁ ଓ ୩୪୬ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୨, ବାଲେଶ୍ୱର ଜିଲ୍ଲାରେ ୧୬, ବରଗଡ ଜିଲ୍ଲାରେ ୪୭, ଭଦ୍ରକ ଜିଲ୍ଲାରେ ୪, ବଲାଙ୍ଗୀର ଜିଲ୍ଲାରେ ୩୩, ବୌଦ୍ଧ ଜିଲ୍ଲାରେ ୨୩, କଟକ ଜିଲ୍ଲାରେ ୩୪ . ଦେବଗଡ, ଜିଲ୍ଲାରେ ୫, ଢେଙ୍କାନାଳ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୭ , ଗଂଜାମ ଜିଲ୍ଲାରେ ୩, ଜଗତସିଂହପୁର ଜିଲ୍ଲାରେ ୨,ଯାଜପୁର ଜିଲ୍ଲାରେ ୧୨, ଝାରସୁଗୁଡା ଜିଲ୍ଲାରେ ୧୯ . କଳାହାଣ୍ଡି ଜିଲ୍ଲାରେ ୩୭, କନ୍ଧମାଳ ଜିଲ୍ଲାରେ ୨୧, କେନ୍ଦ୍ରାପଡା ଜିଲ୍ଲାରେ ୩, କେନ୍ଦୁଝର ଜିଲ୍ଲାରେ ୧୦ , ଖୋର୍ଧା ଜିଲ୍ଲାରେ ୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୧୨, ମୟୁରଭଂଜ ଜିଲ୍ଲାରେ ୭୨ , ନବରଙ୍ଗପୁର ଜିଲ୍ଲାରେ ୩୨ .ନୟାଗଡ ଜିଲ୍ଲାରେ ୧୭, ନୂଆପଡା ଜିଲ୍ଲାରେ ୧୪, ପୁରୀ ଜିଲ୍ଲାରେ ୩ , ରାୟଗଡା ଜିଲ୍ଲାରେ ୨୧, ସମ୍ବଲପୁର ଜିଲ୍ଲାରେ ୮୩, ସୋନପୁୁର ଜିଲ୍ଲାରେ ୧୬ ,ସୁନ୍ଦରଗଡ ଜିଲ୍ଲାରେ ୧୭୫ ଓ ଷ୍ଟେଟ ପୁଲରେ ୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।