
ବଲାଙ୍ଗିର, ଆଜି ବଲାଙ୍ଗିର ଦୈନିକ ବଜାର ସ୍ଥିତ ରାମଚରିତ ମାନସ ମନ୍ଦିର ପରିସରରେ ଥିବା ରାମେଶ୍ଵର ବାବାଙ୍କ ମନ୍ଦିରରେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିରର ପୂରଣ ମଳ ଅଗ୍ରୱାଲଙ୍କ ପରିବାର ତରଫରୁ ଗଙ୍ଗା ମାତାଙ୍କ ଠାରୁ ଜଳ ଅଣାଯାଇଥିବା ବେଳେ ବଲାଙ୍ଗିରର ଶିବ ଭକ୍ତ ଶ୍ରଦ୍ଧାଳୁ ମାନେ କଳସରେ ଜଳ ନେଇ ବାବାଙ୍କ ମନ୍ଦିରରେ ଜଳଶାୟୀ କରିଥିଲେ। ପ୍ରଥମରେ ରୁଦ୍ରାଭିଷେକ କରିବା ପରେ ଦିନ ୧୧.୩୦ ରୁ ଜଳାଭିଷେକ ଆରମ୍ଭ ହୋଇଥିଲା। ମନୋଜ ଅଗ୍ରୱାଲ, ଅନୁ ଅଗ୍ରୱାଲ, ରାଜେଶ ଅଗ୍ରୱାଲ ଓ ସେମାନଙ୍କ ଧର୍ମ ପତ୍ନୀ ମାନେ କର୍ତ୍ତା ରୂପେ କାର୍ଯ୍ୟ ତୁଲାଇଥିଲେ। ରାମଚରିତ ମାନସ ମନ୍ଦିର କମିଟି ସଭାପତି ସନ୍ତୋଷ ମୋଦୀ, ସମ୍ପାଦକ ମହାବୀର ଶର୍ମାଙ୍କ ପୃଷ୍ଠପୋଷକ ଏବଂ ଓମପ୍ରକାଶ କାଉ କାଉଣ୍ଟୀଆ ଓ ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।