ପୁରୀ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପୂର୍ବରୁ ଆଜି ପୂର୍ବାହ୍ନରେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ନୀଳାଦ୍ରି ଭକ୍ତ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କର୍ମକର୍ତା ମାନେ ସେଠାରେ ହୋ ହାଲ୍ଲା କରିଥିଲେ । ଶ୍ରୀଜଗନ୍ନାଥଙ୍କ ଜମିରେ ବାସ କରୁଥିବା ହିତାଧିକାରୀ ମାନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ସେମାନେ ଗଜପତି ମହାରାଜଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ମଂଚର ଆବାହକ ଶ୍ରୀକାନ୍ତ ପରିଜାଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଶତାଧିକ ସଭ୍ୟ ଯୋଗ ଦେଇଥିଲେ ।