ପୁରୀ, ଲଘୁଚାପଜନିତ ତୁହାକୁ ତୁହା ବର୍ଷାରେ ବେହାଲ୍ ହୋଇପଡିଛି ପୁରୀ ସହର । ଡ୍ରେନ୍ ରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ସାହି, ଗଳିକନ୍ଦି ଓ ଖାଲୁଆ ଅଂଚଳରେ ଗୁଡିକରେ ପାଣି ଜମି ରହିଛି । ସେହିପରି ବର୍ଷା ଯୋଗୁଁ ସମୁଦ୍ର କୂଳ ରାସ୍ତାରେ ଡ୍ରେନ୍ ପାଣି ଓ ବର୍ଷାପାଣି ରାସ୍ତା ଉପରେ ୧ ଫୁଟ୍ ଉଚ୍ଚରେ ସମୁଦ୍ର ବାଲିକୁ ଭାସି ଯାଉଥିବା ଦେଖିବାକୁ ମିଳିଛି ।
ସେହିପରି ଦତତୋଟା, ମଙ୍ଗଳଘାଟ ଅଂଚଳ, ନୀଳଚକ୍ର ନଗର, ଗଣମାଳ ସାହି, ତଳ ମାଳିସାହି, ପୋଲିସ ଲାଇନ୍, ରାମଚଣ୍ଡୀ ବସ୍ତି ଓ ସିଦ୍ଧ ମହାବୀର ଅଂଚଳରେ ଅନେକ ସ୍ଥାନରେ ଜମି ରହିଛି ବର୍ଷା ପାଣି । ଫଳରେ ସହରବାସୀ ଓ ପର୍ଯ୍ୟଟକମାନେ ଯାତାୟାତ କ୍ଷେତ୍ରରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।