ନୂଆଦିଲ୍ଲୀ, ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଦିନ ସଂସଦ ଭବନରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବପ୍ରଥମେ ଏଥି ପାଇଁ ମତଦାନ କରିଛନ୍ତି । ତାଙ୍କ ପରେ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଅଶ୍ୱିନୀ ବୈଷ୍ଣବ, ବିଜେପି ଦଳର ମୁଖ୍ୟ ସଚେତକ ରାକେଶ ସିଂହ ଓ ଅନ୍ୟ ଦଳର ସାଂସଦ ଓ ଅନ୍ୟ ମନ୍ତ୍ରୀ ମାନେ ମତଦାନ କରିଥିଲେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜଗଦୀପ ଧନଖଡ ପ୍ରାର୍ଥୀହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟ ଆଲଭା ପ୍ରାର୍ଥୀ ହୋଇଛନ୍ତି । ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସଂଧ୍ୟା ୫ଟା ଯାଏ ଚାଲିବ । ଏହା ପରେ ଭୋଟ ଗଣତି ଆରମ୍ଭ ହେବ ।
Related Stories
November 23, 2024