ବଲାଙ୍ଗିର ,ବଲାଙ୍ଗିର, ଜିଲ୍ଲା ରେ ଡେଙ୍ଗୁ ଓ ମେଲେରିଆ ର ପ୍ରବଣତା କୁ ଲକ୍ଷ କରି ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଓଡିଶା ସରକାର) ଙ୍କ ତରଫରୁ ଆଜି ଜିଲ୍ଲା ସହର ମଧ୍ୟରେ ଅବସ୍ଥାପିତ ସ୍ବେଛାସେବୀ ସେବୀ ଅନୁଷ୍ଠାନ ମାନଙ୍କୁ ନେଇ ଏକ ବୈଠକ ଜାତୀୟ ସ୍ୱାସ୍ଥ୍ୟ ମିଶନସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l
ଉକ୍ତ ବୈଠକ ରେ ଡେଙ୍ଗୁ ଓ ମେଲେରିଆ ମଶା ର ପ୍ରକାରଵିଧି, ତାର ପାର୍ଦୁଭାବ, ବ୍ୟାପକତା ଓ ଏହାର ନିରାକରଣ ସମ୍ବନ୍ଧରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ, ସବିଶେଷ ଧାରଣା ଦେଇଥିବାବେଳେ, ଜିଲ୍ଲା ଜାତୀୟ ଜନ ସ୍ୱାସ୍ଥ୍ୟ ବିଭାଗ ଡା. ଦିବ୍ୟ କିଶୋର ପତି ଏହାର ଭିନ୍ନ ଦିଗ ଓ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ ସଭିଙ୍କ ମିଳିତ ସହଯୋଗ ଲୋଡ଼ିଥିଲେ l ଜିଲ୍ଲା ଜାତୀୟ ମିଶନ ମେନେଜର ଶ୍ରୀ ମୃତୁଞ୍ଜୟ ମୁଣ୍ଡ ଏହି ଚଳିତ ବର୍ଷ ର ଡେଙ୍ଗୁ ଓ ମେଲେରିଆ ର ସାମ୍ପ୍ରତିକ ସ୍ଥିତି ଯାହା ପାଞ୍ଚ ଗୋଟି ଡେଙ୍ଗୁରୋଗ ପ୍ରଭାବିତ ରୋଗୀ ସେମାନଙ୍କୁ ବଲାଙ୍ଗିର ଜିଲ୍ଲାରେ ବିହିତ ସ୍ୱାସ୍ଥ୍ୟ ସେବା ଦେଇ ଆରୋଗ୍ୟ ଥିବା ବର୍ଣ୍ଣନା କରିଥିବାବେଳେ ଜିଲ୍ଲା ରେ ମେଲେରିଆ ରେ ଆକ୍ରାନ୍ତ ସଂଖ୍ୟା କ୍ରମଶଃ କମି,କମି ଏବେ ପ୍ରାୟତଃ ପଚାଶ ଶତକଡା କୁ ନିମ୍ନ ଗାମୀ ହୋଇ ସାରିଛି ବୋଲି ବର୍ଣନା କରିଥିଲେ ଓ ଏହାପାଇଁ ତଥାପି ସାମୁହିକ ପ୍ରଚେଷ୍ଟା, ପଦକ୍ଷପ ଓ ଜନସଚେତନତା ର ଆବଶ୍ୟକ ଅଛି ବୋଲି ଜିଲ୍ଲା ସ୍ବେଛାସେବୀ ସଂଗଠନ ମାନେ ମତବ୍ୟକ୍ତ କରିଥିଲେ l ଏହାପାଇଁ ଗୋଟିଏ କ୍ରିୟାଶୀଳ ଯୋଜନା (Action Plan) ପାଇଁ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ପ୍ରସ୍ତାବ ଦେଇଥିବାବେଳେ, ଏହି ଅଭିଯାନ କୁ ସହରର ବିଭିନ୍ନ ପ୍ରାନ୍ତ ରେ ବିଭାଗୀକରଣ କରି ସଚେତନତା ମୂଳକ ଅଭିଯାନ ପାଇଁ ବିଭିନ୍ନ ପଥ ପ୍ରାନ୍ତ ନାଟକ, ସଚେତନତା ପତ୍ର ବଣ୍ଟନ ପାଇଁ ସଂଗଠନ ମାନଙ୍କୁ ଦାଇତ୍ୱ ଦିଆଯାଇଥିଲା l
ଉପରୋକ୍ତ ବୈଠକରେ ଜିଲ୍ଲା ର ବିଭିନ୍ନ ବିଭାଗ ଯଥା ପୌରପାଳିକା,ଜିଲ୍ଲା ଶିଶୁମଙ୍ଗଳ ,ଲୋକସମ୍ପର୍କ ଅଧିକାରୀ ଇତ୍ୟାଦିଙ୍କ ସହିତ ସହରାଞ୍ଚଳ ର ସର୍ବମୋଟ ଛବିଶ (26) ଗୋଟି ସ୍ବେଛାସେବୀ ଅନୁଷ୍ଠାନ ଯଥା, ନେସନାଲ ପିସ ଊନୀସନ, ରାଜେନ୍ଦ୍ର ଯୁବକ ସଂଗଠନ, ନାରୀଶକ୍ତି ସଂଗଠନ, କର୍ତବ୍ୟ ଫାଉଣ୍ଡେସନ,ଜିଲ୍ଲା ଚାଇଲଡ ସ୍ମାଇଲ,ଜିଲ୍ଲା ଏକ୍ସନ କମିଟି,ମାହେଶ୍ୱରୀ ସଂଗଠନ, ରୋଟାରି ଇଲାଇଟ (ବଲାଙ୍ଗିର ଶାଖା) ମାରୱାଡି ଯୁବମଞ୍ଚ, ସହିଦ ଭକତ ସିଂ କ୍ଲବ,ପେଲେସ ଲାଇନ ସାଂସ୍କୃତିକ ପରିଷଦ ଇତ୍ୟାଦି ଙ୍କ କର୍ମକର୍ତ୍ତା ଯୋଗଦାନ କରି ବୈଠକ ରେ ଯୋଗଦାନ କରି ଆସନ୍ତା ଅଭିଯାନ କୁ ସଫଳ କରାଇବା ର ପ୍ରସ୍ତାବ ଦେଇଥିଲେ ll
ବୈଠକ ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଅତିରିକ୍ତ ଜିଲ୍ଲା ମେନେଜର ଶ୍ରୀ ରାମାନୁଜ ପଣ୍ଡା ସବିଶେଷ ବୈଠକ ର ସପଫଳତା ପାଇଁ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l