ବଲାଙ୍ଗିର, ପାଟଣାଗଡ଼ ଉପଖଣ୍ଡ ଘସିଆନ ଗାଁରେ ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୫୨ ଲିଟର ଦେଶୀ ରନ୍ଧାମଦ ଜବତ କରାଯିବା ସହ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରାଯାଇଛି । ପାଟଣାଗଡ଼ ଅବକାରୀ କେସ୍ ନଂ ୭୫/୨୨ ଓ ୭୬/୨୨ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଅବକାରୀ ଅଧିକାରୀ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ବୃନ୍ଦାବନ ଗିଦିଲି (୩୬) ଓ ଚନ୍ଦନ ଜଗତ (୫୫) । ଏମାନେ ଦୀର୍ଘଦିନ ହେବ ଗାଁରେ ବେଆଇନ ରନ୍ଧାମଦ କାରବାର କରୁଥିବା ଅଭିଯୋଗ ହେଉଥିଲା । ଏନେଇ ଖବର ପାଇ ଅବକାରୀ କର୍ମଚାରୀମାନେ ଚଢ଼ଉ କରି ମଦ ସହ ଅଭିଯୁକ୍ତମାନଙ୍କୁ ଅବକାରୀ କାର୍ଯ୍ୟାଳୟକୁ ଆଣିଥିଲେ । ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଏହି ଚଢାଉରେ ପାଟଣାଗଡ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ଥିଲେ ।
Related Stories
November 1, 2024