ସୁବର୍ଣ୍ଣପୁର,ରାଜ୍ୟ ଅଣ ଅନୁଦାନ ପ୍ରାପ୍ତ ବେସରକାରୀ ଆଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ବିଶ୍ଵ ରଞ୍ଜନ ଦାସଙ୍କ ଆହ୍ଵାନ କ୍ରମେ ଆଜି ସୋନପୁର ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ କଲେଜ ଶମ୍ମୁଖରେ ପ୍ରତୀକାତ୍ମକ ଧର୍ମଘଟ କରିଛନ୍ତି। ରାଜ୍ୟ ରେ ୨୦୦୮ ମସିହା ପରବର୍ତ୍ତୀ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାରୀ ମାନ୍ୟତା ଦାବୀ ନେଇ ରାଜଧାନୀ ଭୁବନେଶ୍ଵର ଠାରେ ଆଜକୁ ୧୧୩ ଦିନ ଧରି ଦିବାରାତ୍ର ଧାରଣା ଅବ୍ୟାହତ ରହିଥିବା ସୂଚନା ମିଳିଛି l ଏହାସତ୍ବେ ବି ସରକାର ଙ୍କ ପକ୍ଷରୁ ନିରବତା ଓ ଶିକ୍ଷକ କର୍ମଚାରୀ ମାରଣ ନୀତି କୁ ବିରୋଧ କରି ଆନ୍ଦୋଳନ କୁ ଆହୁରି ବ୍ୟାପକ କରିବା ପାଇଁ ସଜବାଜ ଆରମ୍ଭ ହୋଇଥିବା ଓ ଆଜି ସାରା ରାଜ୍ୟରେ ମହାବିଦ୍ୟାଳୟ ସ୍ତରରେ ଏହି ଧର୍ମଘଟ ହେଉଥିବା ଖବର ଏନସିସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲାଙ୍କ ଠାରୁ ପ୍ରକାଶ।
ଗ୍ରାଣ୍ଡ ଇନ ଏଡ଼ (ଜିଆଇଏ) ଦାବିରେ ମହାବିଦ୍ୟାଳୟର ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଦାମୋଦର ବାରିକ, ଆଶିଷ କୁମାର ଅଗ୍ରୱାଲା, ବିଥିକା ଦେହୁରୀ, ଚନ୍ଦ୍ରକାନ୍ତି ବିଶ୍ଵାଳ, ନିରୋଜl ଗୁରୁ, ଜ୍ୟୋତିର୍ମୟୀ ଭୋଇ, ବାଙ୍କା ବିହାରୀ ପଣ୍ଡା, ଫକୀର ଜଗଦଲା, ସୁନୀଲ ପଧାନ, ଦିଲ୍ଲୀପ ଦେହୁରୀ, ବାସୁଦେବ ଷାଣ୍ଢ, ରୀନା ତ୍ରିପାଠୀ, ରବୀନ୍ଦ୍ର ବେଜ, ଗଜପତି ସିନ୍ଧି ରିଆ, ପ୍ରମୁଖ ଏହି ଧର୍ମଘଟ ରେ ସାମିଲ ଥିଲେ।