ନୂଆଦିଲ୍ଲୀ, କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୌଶଳ କିଶୋର ଏକ ଲିଖିତ ଉତ୍ତରରେ ଲୋକସଭାକୁ ଜଣାଇଛନ୍ତି ଯେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମ୍ଏୱାଇ-ୟୁ) ଅଧୀନରେ ସମସ୍ତଙ୍କ ପାଇଁ ଗୃହ ଅଭିଯାନ ୨୦୧୫ ଜୁନ ୨୫ ଠାରୁ ତ୍ୱରାନ୍ୱିତ କରିଆସୁଛନ୍ତି । ଏହା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସହରାଞ୍ଚଳ ହିତାଧିକାରୀଙ୍କୁ ସବୁଦିନିଆ ପକ୍କା ଆବାସ ପ୍ରଦାନ କରାଯାଉଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ପ୍ରକଳ୍ପ ପ୍ରସ୍ତାବକୁ ଭିତ୍ତିକରି ମାର୍ଚ୍ଚ ୩୧.୨୦୨୨ ପର୍ଯ୍ୟନ୍ତ ଅଭିଯାନ ଅଧୀନରେ ୧୨୨.୬୯ ଲକ୍ଷ ଘର ମଞ୍ଜୁର କରାଯାଇଛି ।
ମଞ୍ଜୁର ହୋଇଥିବା ଆବାସଗୁଡିକ ମଧ୍ୟରୁ ୧୦୨. ୨୩ ଲକ୍ଷ ଆବାସ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ, ସେଥିରୁ ୬୧. ୫୦ ଲକ୍ଷ ସମ୍ପୂର୍ଣ୍ଣ ହୋଇଛି ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।
ପିଏମଏୱାଇ-ୟୁ ଅଧୀନରେ ଗତ ଚାରିବର୍ଷ ଓ ଚଳିତବର୍ଷ ମୋଟ ୮୯,୯୦, ୮୩୮ ମଞ୍ଜୁର ହୋଇଥିବା ବେଳେ ୭୮, ୯୨, ୩୬୧ ନିର୍ମାଣକାର୍ଯ୍ୟ ହାତକୁ ନିଆଯାଇ ସେଥିରୁ ୫୪, ୦୮, ୦୮୬ ସମ୍ପୂର୍ଣ୍ଣ ହୋଇଛି ଓ ୪୮, ୬୬, ୩୦୬ ଆବଣ୍ଟନ ଓ ହିତାଧିକାରୀଙ୍କ ଦ୍ୱାରା ଅଧିକୃତ ହୋଇଛି ।