ଭୁୁବନେଶ୍ୱର -ରାଜ୍ୟରେ ୩୦ଟି ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୨୦୧୩-୧୪ ମସିହା ଠାରୁ ରାଜ୍ୟରେ ମୋଟ ୭୦ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା କରା ଯାଇଛି । ଏହି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଗୁଡିକରେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ଅନୁବନ୍ଧିତ ହୋଇଥିବା ତାଲିମ ପ୍ରଦାନକାରୀ ସଂସ୍ଥା ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ଭିତିକ ତାଲିମ ପ୍ରଦାନ କରୁଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କରିଛନ୍ତି ।
ସଭ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ନାୟକ କହିଛନ୍ତି ଯେ ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷ ରାଜ୍ୟର ଯୁବକ ଏବଂ ଯୁବତୀ ମାନଙ୍କର ଦକ୍ଷତା ବିକାଶ କରି ଅଧିକରୁ ଅଧିକ ନିଯୁକ୍ତିକ୍ଷମ କରିବା ପାଇଁ ଏକ ନିଯୁକ୍ତି ଭିତିକ ତାଲିମ କାର୍ଯ୍ୟକ୍ରମ ୨୦୧୧-୧୨ରୁ ପ୍ରଚଳନ କରିଛନ୍ତି । ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୯୦,୯୮୦ ଜଣଙ୍କୁ ତାଲିମ ପ୍ରଦାନ କରା ଯାଇ ତନ୍ମଧ୍ୟରୁ ୨୦,୫୦୭ ଜଣଙ୍କୁ ନିଯୁକ୍ତି ପ୍ରଦାନ କରା ଯାଇଛି ।