ନୂଆଦିଲ୍ଲୀ, କ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ଏହି ଟ୍ରେନଗୁଡିକର ସେବା ପୁଣି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିମ୍ନପ୍ରଦତ୍ତ ସୂଚୀ ଅନୁଯାୟୀ ଏହି ସେବା ଆରମ୍ଭ ହେବା ।
୨୨୮୯୦/୨୨୮୮୯ ପୁରୀ-ଦୀଘା-ପୁରୀ ସାପ୍ତାହିକ ଏକ୍ସପ୍ରେସ ଅଗଷ୍ଟ ୬,୨୦୨୨ରୁ ପୁରୀ ଠାରୁ ଓ ଅଗଷ୍ଟ ୭,୨୦୨୨ରୁ ଦୀଘା ଠାରୁ ଚାଲିବ ।
୧୨୨୭୮/୧୨୨୭୭ ପୁରୀ- ହାୱଡା- ପୁରୀ ଶତାବ୍ଦୀ ଏକ୍ସପ୍ରେସ ଅକ୍ଟୋବର୨, ୨୦୨୨ ଠାରୁ ଉଭୟ ପୁରୀ ଓ ହାୱଡା ।
୨୨୮୯୦/୨୨୮୯୯ ପୁରୀ-ଦୀଘା-ପୁରୀ ଏକ୍ସପ୍ରେସ
୨୨୮୯୦ ପୁରୀ-ଦୀଘା ଏକ୍ସପ୍ରେସ ପ୍ରତି ଶନିବାର ରାତି ୯.୦୫ରେ ପୁରୀ ଛାଡିବ ଓ ପରଦିନ ସକାଳ ୬.୩୫ରେ ଦୀଘାରେ ପହଞ୍ଚିବ । ଫେରନ୍ତା ପଥରେ, ୨୨୮୮୯ ଦୀଘା-ପୁରୀ ଏକ୍ସପ୍ରେସ ପ୍ରତି ରବିବାର ସନ୍ଧ୍ୟା ୫.୨୫ରେ ଦୀଘା ଛାଡିବ ଓ ପରଦିନ ୨.୫୫ରେ ପୁରୀରେ ପହଞ୍ଚିବ ।
୧୨୨୭୮/୧୨୨୭୭ ପୁରୀ- ହାୱଡା- ପୁରୀ ଶତାବ୍ଦୀ ଏକ୍ସପ୍ରେସ
୧୨୨୭୮ ପୁରୀ- ହାୱଡା ଶତାବ୍ଦୀ ଏକ୍ସପ୍ରେସ ଦୈନିକ ପୂର୍ବାହ୍ନ ୫.୪୫ରେ ପୁରୀ ଛାଡିବ ଓ ସେହିଦିନ ଅପରାହ୍ନ ୧.୪୫ରେ ହାୱଡାରେ ପହଞ୍ଚିବ । ଫେରନ୍ତା ପଥରେ ୧୨୨୭୭ ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ଦୈନିକ ଅପରାହ୍ନ ୨.୧୫ରେ ହାୱଡାରୁ ବାହାରିବ ଓ ସେହିଦିନ ରାତି ୯.୫୦ରେ ପୁରୀରେ ପହଞ୍ଚିବ