
ବଲାଙ୍ଗିର ,ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ସ୍ୱାଭାବିକ ଠାରୁ କର୍ମବର୍ଷା ହୋଇଥିବା ଯୋଗୁଁ ଚାଷୀଲୂଳ ଏକ ଆସନ୍ନ ମରୁଡି ଆଶଙ୍କାରେ ରହିଛନ୍ତି । ଶ୍ରାବଣ ମାସରେ ବି ଆବଶ୍ୟକତା ଠାରୁ କମ ବର୍ଷ ହେବା ଫଳରେ ଚାଷ ଜମି ଗୁଡିକ ଶୁଖିବାକୁ ବସିଲାଣି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ପଂଚାୟତ ଅଧୀନସ୍ଥ ମନୁପାଲି ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବି ରେ ମନୁପାଲି ଗ୍ରାମର ଅଧିବାସୀ ବହୁ ଚାଷୀ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମନୁପାଲି ଗ୍ରାମ ଗାଈଖାଇ ଜଳପ୍ରକଳ୍ପର ଉପରମୁଣ୍ଡରେ ଥିବାରୁ ଗ୍ରାମବାସୀ କେବଳ ବର୍ଷ ଜଳ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ବର୍ଷାର ଅଭାବ ଯୋଗୁଁ ଚାଷୀ ଚିନ୍ତାରେ ପଡିଛି । ଏଥିସହ ବିଷ୍ଣୁତାଣ୍ଡି ନାଳା ଠାରୁ ଉଠା ଜଳସେଚନ ମାଧ୍ୟମରେ ଚାଷଜମି କୁ ପାଣି ଯୋଗାଇବାର ବ୍ୟବସ୍ଥା ପାଇଁ ଜିଲାପାଳ ଙ୍କୁ ନିବେଦନ.