
ବଲାଙ୍ଗିର ,ବଲାଙ୍ଗିର ପୌରସଂସ୍ଥା ସଭାଗୃହରେ ବଲାଙ୍ଗୀର ବନ ବିଭାଗ ଉପଲବ୍ଧି ରେ ଆହୁରି ଏକ ପର୍ଯ୍ୟାୟ ଯୋଡ଼ିବା ପାଇଁ ବନୀକରଣ ତଥା ମୁନିସିପାଲଟି ଅଞ୍ଚଳ କୁ ସବୁଜ କରଣ ଓ ପର୍ଯ୍ୟାବରଣ ସୁରକ୍ଷା ବାୟୁମଣ୍ଡଳରେ ସ୍ଵଚ୍ଛତା ଆଣିବା ପାଇଁ ନଗରପାଳ ଶ୍ରୀମତୀ ଲିକl ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଂଯୋଗୀକରଣ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା ବନଅଧିକାରୀ ନୀତିଶ କୁମାର , କାର୍ଯ୍ୟନିର୍ବାହୀ ଅଧିକାରି , ମୁନିସିପାଲଟି ୱାର୍ଡ଼ ଗୁଡିକର କାଉନ୍ସିଲର ମାନେ ଏଥିରେ ଯୋଗଦାନ କରି ଆଲୋଚନା କରିଥିଲେ | ଅନ୍ୟ ମାନଙ୍କ ଭିତରେ ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନ,କର୍ତ୍ତବ୍ୟ ଫାଉଣ୍ଡେସନ,ମାହେଶ୍ୱରୀ ସଂଗଠନ,ସ୍ମାଇଲ ଫର୍ ଅଲ,କିଶ ଫାଉଣ୍ଡେସନ,ସଚେତନ ମହିଳା ମଞ୍ଚ,ନାରୀ ଶକ୍ତି ଫାଉଣ୍ଡେସନ,ଦିବ୍ୟ ଜୀବନ୍ ସଂଘ,ଚ୍ୟାମ୍ବର ଆଫ କମର୍ସ,ବଲାଙ୍ଗିର ଯୁବ ସଂଗଠନ,ମାହେଶ୍ୱରୀ ମହିଳା ସମିତି,ବଲାଙ୍ଗିର ସ୍ଵଚ୍ଛ ସେବା,ମା ସମଲେଶ୍ବରୀ ଆରତି କମିଟି,ପଶ୍ଚିମାଞ୍ଚଳ ଯୁବ କମିଟି,ବଲାଙ୍ଗିର ଜିଲା କରାଟେ ସଂଘ,ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ କମିଟି ପ୍ରମୁଖ ଉପସ୍ଥିତ ଥିଲେ | ଆଲୋଚନା ଅନୁସାରେ ବନବିଭାଗ ବନୀକରଣ ଉପକରଣ ପ୍ରଦାନ ସହିତ ଚାରା ସୁରକ୍ଷା ପାଇଁ ଗାର୍ଡ ଦେବ ମୁନିସିପାଲଟି ଗଛ ଗୁଡିକର ତଥା ରୋପଣ ଖର୍ଚ୍ଚ ସହିତ ପରିଚାଳନା ଦେଖିବାକୁ ନିଷ୍ପତି ହୋଇଛି |ବିଭିନ୍ନ୍ ଅନୁଷ୍ଠାନ ଗୁଡିକ୍ ଭିନ୍ନ ଭିନ୍ନ ଚିହ୍ନଟ ଅଞ୍ଚଳରେ ଦାୟିତ୍ଵ ନେବେ ଚାରା ରୋପଣ ଠାରୁ ଯତ୍ନବାନ୍ ହୋଇ ବଢିବା ପର୍ଯ୍ୟନ୍ତ | ””ଆସନ୍ତୁ ସମସ୍ତେ ମିଳିମିଶି ଆମ ବଲାଙ୍ଗିର କୁ ସବୁଜ ଶ୍ୟାମଳ କରିବା ””