
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳକଣ୍ଠ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ – ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କ କାଳଜୟୀ ସୃଜନ ସୃଷ୍ଟି ଓଡ଼ିଆ ଭାଷା, ସାହିତ୍ୟରେ ଏକ ଅନନ୍ୟ କୀର୍ତ୍ତିମାନ। ଶିକ୍ଷାର ପ୍ରସାର ସହ ସମାଜ ସଂସ୍କାର ପାଇଁ ତାଙ୍କର ଉଦ୍ୟମ ସର୍ବଦା ପ୍ରେରଣାର ଉତ୍ସ ହୋଇରହିଛି।