ଭୁବନେଶ୍ୱର,ରାଜ୍ୟରେ ଗୋଟିଏ ଦିନରେ ୮୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୬୪୭୩ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୧୯୩୦ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୧୮୧ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୮ ଜଣ ସଂଗରୋଧରୁ ଓ ୩୪୮ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୨, ବାଲେଶ୍ୱର ଜିଲ୍ଲାରେ ୯, ବରଗଡ ଜିଲ୍ଲାରେ ୩୦, ଭଦ୍ରକ ଜିଲ୍ଲାରେ ୪, ବଲାଙ୍ଗୀର ଜିଲ୍ଲାରେ ୩୨, ବୌଦ୍ଧ ଜିଲ୍ଲାରେ ୧୦, କଟକ ଜିଲ୍ଲାରେ ୨୦ . ଦେବଗଡ, ଜିଲ୍ଲାରେ ୬, ଢେଙ୍କାନାଳ ଜିଲ୍ଲାରେ ୨, ଗଜପତି ଜିଲ୍ଲାରେ ୬ , ଗଂଜାମ ଜିଲ୍ଲାରେ ୨, ଜଗତସିଂହପୁର ଜିଲ୍ଲାରେ ୪ ,ଯାଜପୁର ଜିଲ୍ଲାରେ ୧୪, ଝାରସୁଗୁଡା ଜିଲ୍ଲାରେ ୧୬ . କଳାହାଣ୍ଡି ଜିଲ୍ଲାରେ ୨୫, କନ୍ଧମାଳ ଜିଲ୍ଲାରେ ୧୬, କେନ୍ଦ୍ରାପଡା ଜିଲ୍ଲାରେ ୭, କେନ୍ଦୁଝର ଜିଲ୍ଲାରେ ୮, ଖୋର୍ଧା ଜିଲ୍ଲାରେ ୧୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୧୭, ମୟୁରଭଂଜ ଜିଲ୍ଲାରେ ୫୫ , ନବରଙ୍ଗପୁର ଜିଲ୍ଲାରେ ୩୩ .ନୟାଗଡ ଜିଲ୍ଲାରେ ୧୯, ନୂଆପଡା ଜିଲ୍ଲାରେ ୨୧, ପୁରୀ ଜିଲ୍ଲାରେ ୭ , ରାୟଗଡା ଜିଲ୍ଲାରେ ୯, ସମ୍ବଲପୁର ଜିଲ୍ଲାରେ ୬୨, ସୋନପୁୁର ଜିଲ୍ଲାରେ ୧୪ ,ସୁନ୍ଦରଗଡ ଜିଲ୍ଲାରେ ୨୪୨ ଓ ଷ୍ଟେଟ ପୁଲରେ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।