ବଲାଙ୍ଗିର ,ବଲାଙ୍ଗିର ଜିଲ୍ଲାରେ ସୁ ନେତ୍ର ଯୋଜନା ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ କୁ ଆଜି ବଲାଙ୍ଗିର ଜିଲାପାଳ ଚଞ୍ଚଲ୍ ରାଣା ଶୁଭାରମ୍ଭ କରିଛନ୍ତି | ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚକ୍ଷୁ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଯାନ କୁ ସବୁଜ ପତାକା ଦେଖାଇ ସେ ଶୁଭାରମ୍ଭ କରିଥିଲେ |ଏହି କାର୍ଯ୍ୟକ୍ରମରେ ସୂଚନା ଦେଇ ସେ କହିଥିଲେ ଯେ ଆଜିଠୁଁ ବଲାଙ୍ଗିର ଜିଲ୍ଲାରେ ଆଜିଠୁ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କର ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହାଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ମଙ୍ଗଲ ବିଭାଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ଗୁଡିକ ର ଛାତ୍ରଛାତ୍ରୀମାନକ ଚକ୍ଷୁ ପରୀକ୍ଷା ଚକ୍ଷୁ ଜନିତ ସମସ୍ୟା ଅଛି ସେମାନଂକୁ ଚଷମା ଦିଆଯିବ ଆବଶ୍ୟକ ସ୍ଥଳେ ଅପରେସନ ପାଇଁ ପଦକ୍ଷେପ ନିଆଯିବ | ବ୍ଲକ ସ୍ତରୀୟ ଶିବିର ମାନ କରାଯାଇ ପରୀକ୍ଷା କରାଯିବା | ପ୍ରଥମରୁ ଦଶମ ଶ୍ରେଣି ର ପିଲା ମାନଙ୍କୁ ସ୍କୁଲ ଗୁଡ଼ିକରେ ଇ ଚାର୍ଟ ମାଧ୍ୟମରେ ଶିକ୍ଷକ ମାନେ ସହଜରେ ପରୀକ୍ଷା କରି 6/12 ଦୃଷ୍ଟି ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଥିବା ଛାତ୍ରମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ, ଚିହ୍ନଟ ଛାତ୍ର ଛାତ୍ରୀ ମାନକୁ ପରିକ୍ଷଣ ପାଇଁ ଶିକ୍ଷକ ମାନଙ୍କ ସହିତ ଶିବିର କୁ ପଠା ଯିବ ଆବଶ୍ୟକ ସ୍ଥଳେ ବାହାରକୁ ମଧ୍ଯ ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ ର ଟିମ୍ ର ସହାୟତା ରେ ପଠାଯିବ | ବଲାଙ୍ଗିର ଜିଲ୍ଲାରେ 2252 ସରକାରୀ 187 ବେସରକାରୀ ସ୍କୁଲ ପାଇଁ 51 ଟି ଶିବିର ଆୟୋଜନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ନେହଲତା ସାହୁ ,ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ କୁବେର ଚନ୍ଦ୍ର ମହନ୍ତ ,ଚକ୍ଷୁ ବିଭାଗ ଜିଲା ପୋଗ୍ରାମ ମ୍ୟାନେଜର ଡାଃ ଉଷା ରାଣୀ ଦାଶ,ଡା ଗିରିଜା ଉଦ୍ଗାତା ଡାଃ ତୁଷାରକାନ୍ତ ଠାକୁର, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ସୂଚନା ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କୃଷ୍ନ ସାହୁ ଜାତୀୟ ସ୍ୱାସ୍ଥ୍ୟ ମିସନ ପ୍ରୋଗ୍ରାମ ମ୍ୟାନେଜର ମୃତ୍ୟୁଞ୍ଜୟ ମୁଣ୍ଡ ଯୋଗାଯୋଗ ଅଧିକାରୀ ରୀତାଞ୍ଜଳୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |
Related Stories
November 24, 2024
November 24, 2024