ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୮୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୬୪୭୩ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦୯୫୧ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୩୨୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୯ ଜଣ ସଂଗରୋଧରୁ ଓ ୩୬୧ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୧୦, ବରଗଡ ଜିଲ୍ଲାରେ ୩୬, ଭଦ୍ରକ ଜିଲ୍ଲାରେ ୮, ବଲାଙ୍ଗୀର ଜିଲ୍ଲାରେ ୪୫, ବୌଦ୍ଧ ଜିଲ୍ଲାରେ ୬, କଟକ ଜିଲ୍ଲାରେ ୨୦ . ଦେବଗଡ, ଜିଲ୍ଲାରେ ୮, ଢେଙ୍କାନାଳ ଜିଲ୍ଲାରେ ୨, ଗଜପତି ଜିଲ୍ଲାରେ ୬ , ଗଂଜାମ ଜିଲ୍ଲାରେ ୧, ଜଗତସିଂହପୁର ଜିଲ୍ଲାରେ ୫ ,ଯାଜପୁର ଜିଲ୍ଲାରେ ୧୬, ଝାରସୁଗୁଡା ଜିଲ୍ଲାରେ ୨୩ . କଳାହାଣ୍ଡି ଜିଲ୍ଲାରେ ୬୩, କନ୍ଧମାଳ ଜିଲ୍ଲାରେ ୮, କେନ୍ଦ୍ରାପଡା ଜିଲ୍ଲାରେ ୬, କେନ୍ଦୁଝର ଜିଲ୍ଲାରେ ୫, ଖୋର୍ଧା ଜିଲ୍ଲାରେ ୧୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୬, ମୟୁରଭଂଜ ଜିଲ୍ଲାରେ ୫୯ , ନବରଙ୍ଗପୁର ଜିଲ୍ଲାରେ ୧୨.ନୟାଗଡ ଜିଲ୍ଲାରେ ୨୧, ନୂଆପଡା ଜିଲ୍ଲାରେ ୧୨, ପୁରୀ ଜିଲ୍ଲାରେ ୨ , ରାୟଗଡା ଜିଲ୍ଲାରେ ୧୪, ସମ୍ବଲପୁର ଜିଲ୍ଲାରେ ୭୨, ସୋନପୁୁର ଜିଲ୍ଲାରେ ୧୭ ,ସୁନ୍ଦରଗଡ ଜିଲ୍ଲାରେ ୨୨୦ ଓ ଷ୍ଟେଟ ପୁଲରେ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।