-
ସ୍ୱାସ୍ଥ୍ୟ ବିଭାଗର ଉଦବେଗ
ଭୁବନେଶ୍ୱର, ରାଜ୍ୟରେ ବୁଷ୍ଟର ଡୋଜ ନେବା ପାଇଁ ଲୋକ ମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇ ନାହାନ୍ତି । ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ବୁଷ୍ଟର ଡୋଜ ନେଇ ନାହାନ୍ତି । ଏହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଯାହାକି ମାତ୍ର ୧୩ ପ୍ରତିଶତ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟର ୨୫ ଲକ୍ଷ ଲୋକ ନେଇ ନାହାନ୍ତି ଦ୍ୱିତୀୟ ଡୋଜ ଟିକା ।
କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତରୁ କମ ଟିକାକରଣ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ମାଗଣା ଟିକାକରଣକୁ ଆଉ କମ ଦିନ ବାକିଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଅନୁରୋଧ କରିଛନ୍ତି । ରାଜ୍ୟରେ କୋଭିସିଲଡ ଟିକା କମ ରହିଥିବାରୁ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଛି ।